csstore

ଅନ୍‌ ଲାଇନ ପରୀକ୍ଷା କରାଇବା ପାଇଁ ଦାବୀପତ୍ର ଦେଲା ଛାତ୍ର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଲେଜ ଛାତ୍ରଛାତ୍ରୀ ପାଇଁ ଏବେ ପରୀକ୍ଷାର ବେଳ । ବଲାଙ୍ଗିର ସରକାରୀ କଲେଜରେ ବିଭିନ୍ନ ପରୀକ୍ଷା କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅନ୍ୟପଟେ କରୋନାର ଭୟାବହତା ଭିତରେ ଛାତ୍ରଛାତ୍ରୀ କଲେଜକୁ ଆସି ପରୀକ୍ଷା ଦେବା ପାଇଁ ଅମଙ୍ଗ ହେଉଛନ୍ତି । କଲେଜ ଛାତ୍ରଛାତ୍ରୀଙ୍କ ଅନୁରୋଧ କ୍ରମେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ଦଳ ଆଜି ସ୍ଥାନୀୟ ସରକାରୀ କଲେଜ କର୍ତ୍ତୁପକ୍ଷଙ୍କୁ ଦେଖା କରି କରୋନା ସଂକ୍ରମଣର ଆଶଙ୍କାରେ ସମସ୍ତ ଅଫ୍‌ ଲାଇନ ପରୀକ୍ଷାକୁ ବାରଣ କରିବାକୁ ଅନୁରୋଧ କରିଛି । ଏହି ପରୀକ୍ଷାଗୁଡିକୁ ବାତିଲ୍‌ ନ କରି ଅନ୍‌ ଲାଇନ୍‌ ମାଧ୍ୟମରେ କରାଯିବା ପାଇଁ ଦାବୀ ପତ୍ର ପ୍ରଦାନ କରାଯାଇଛି । କଲେଜ କର୍ତ୍ତୃପକ୍ଷ ଉକ୍ତ ଦାବୀକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି କହିଥିବା ସୂଚନା ରହିଛି ।

ଯଦିଓ ଜିଲ୍ଲାରେ ମହାମାରୀ ସଂକ୍ରମଣ କିଛିମାତ୍ରାରେ ଧିମେଇ ଯାଇଥିବା ମନେ ହୁଏ କିନ୍ତୁ ଏହାର ପୁନଃ ପ୍ରବାହର ସମ୍ଭାବନାକୁ କେହି ଅସ୍ୱୀକାର କରି ପାରିବେ ନାହିଁ । ତେଣୁ କରୋନାର ଟୀକା କିମ୍ବା ଔଷଧ ନ ଆସିବା ଯାଏଁ ଆମକୁ ସତର୍କ ରହିବା ସହିତ ଅଯଥା ଭିଡକୁ ବାରଣ କରିବାକୁ ପଡିବ । ତେଣୁ କଲେଜ ମାନଙ୍କରେ ହେବାକୁ ଥିବା ଅଫ୍‌ଲାଇନ ପରୀକ୍ଷାଗୁଡିକୁ ଅନଲାଇନ ବ୍ୟବସ୍ଥାରେ କରାଯାଇ ପାରିଲେ ଛାତ୍ରଛାତ୍ରୀ ସାମ୍ଭ୍ୟାବ୍ୟ ସଂକ୍ରମଣରୁ ବଂଚି ପାରିବେ ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ କହିଛନ୍ତି ।

jayashree
Leave A Reply

Your email address will not be published.