କଥାନି : ନୂଆଁଖାଇର୍‌ ନୂଆଁ କଥା

ପ୍ରଦୀପ ମିଶ୍ର

ନୂଆଁଖାଇର୍‌ ନାଁ ପଡ୍‌ଲେ ଏକା ଟିହିଲୁର୍‌ ତାଲୁ ତପି କରି ଟାଏଁ ଟାଏଁ କର୍‌ସି !

ତାର୍‌ ବାଗିର୍‌ ସୁଖ୍‌ବାସୀ ମାନେ ଗହକି ହେଇକରି ବନେ କେତେ ଦିନ୍‌ ଆଘଥୁ ଯେନ୍‌ ଘର୍‌ ଦୁଆର୍‌ ଲିପା ପୁଛା କରି ଚିକ୍‌ ଚିକ୍‌ କରି ପକାସନ୍‌, ଭେଲି ଭେଲି ହେଇ କରି ସିନ୍ଧି ଦୁକାନୁ ସତ୍‌ର ଥର୍‌ ମୂଲେଇ କରି ଧୁତି କପ୍‌ଟା ଘିନି ପକାସନ୍‌, କରୋନା କାଲ୍‌ ଥି ବି କେଚେର୍‌ ମେଚେର୍‌ ହାଟୁ କେତେ ଲୁକର୍‌ ସାଂଗେ ସନା ଘଟା ହେଇକରି କୁରେ ପତର୍‌, କୁରେ ଦନା ମାଲ୍‌, ଗୁଛା ଗୁଛା ନୂଆଁ ଧାନ୍‌ ଖେଡ୍‌, ନୂଆଁ ଚୁରା ବୁହି ଆ୍‌ନସନ୍‌ – ଟିହିଲୁ ତ କାବା ହେଇ ଯାଏସି !

ଏନ୍ତା ହରୋବଟୋ ଭୁର୍‌କୁଟି ଦେଖି କରି ତାର୍‌ ମୁଡେ ପିତ୍‌ ଚଢିଯାଏସି । ସୁଖ୍‌ବାସୀର୍‌ କାଏଁ ନୂଆଁଖାଇ ହୋ ? ହଁ, ଜମିନ୍‌ ଟୁକ୍‌ଡାଟେ ଥିତା, ରୀତିମତ୍‌ ଧାନ୍‌ ରୁଆ, ବିହିଡା ସେନେ ହଉଥିତା, ଏନ୍ତା ନୂଆଁଖାଇ ବେଲ୍‌କେ ଲସ୍‌ଲସା ଶାଗୁଆ କେଁଣା ମାନ୍‌କୁ ନୂଆଁ ଧାନ୍‌ ହଲ୍‌ଦି ରଂଗ୍‌ ମାଖି ଆସୁଥିତା ବଏଲେ ସେନୁ ଧାନ୍‌କେଁଣାଟେ ଆନି କରି ଦେ ଦେବ୍‌ତାକେ ଲଗାଲେ ସେମାନେ ଉସତ୍‌ ହେତେ, ସେ ଧାନର୍‌ ନୂଆଁକୁଁଣା ଭୋଗ୍‌ ପାଇ କରି ଆଶୀର୍ବାଦ୍‌ର ହାତ୍‌ ଲମ୍ବେଇ ଦେତେ !

ବିନା ଜମିନ୍‌ଥି, ବିନା ଫସଲର୍‌ ମାଲିକାନାଥି ନୂଆଁଖାଇ ଲାଗି ଏତେ ଅଚାବୁହା ହେବାର୍‌ଟା ନାଟ୍‌ କଲା ମେତାନ୍‌ ଲାଗ୍‌ସି ଟିହିଲୁକେ । ଖାଏବାର୍‌ ଲୋକ୍‌ ନୂଆଁ ଖାଉନ୍‌ ନ, କିଏ ମନା କରୁଛେ ? ଗାଁର୍‌ ଗଅଁତିଆ, ମହାଜନ, ଛୋଟ୍‌ବଡ୍‌ ପର୍‌ଜା ସଭେ ନୂଆଁ ଖାଉନ୍‌ ! ଭାଗ୍‌ଚାଷୀଟେ ବି ଖାଏଲେ ଚଲ୍‌ବା ! ବସ୍ତେ ହଉ, ପୂରେ ହଉ କି ଲୁଦ୍‌ରେ ହଉ, ଅଲ୍‌ପେ ବହୁତେ ଧାନ୍‌ ତ ଆସୁଛେ ନା ସେମାନ୍‌କର ଘର୍‌କେ ! ସେମାନେ ସିନା ଖୁସିବାସିଥି ନିଜର୍‌ ଖେତେ ଫଲାଲା ଧାନ୍‌ଖେଡ୍‌ ସଁପି ପାର୍‌ବେ କୁଲ୍‌ଦେବ୍‌ତା ମାନ୍‌କୁ ! ଆର୍‌ ଇ ବୁଆ, ଖେତ୍‌ କାଁଣେ ନାଇଁ, ଧାନ୍‌ ଖେଡେ ନାଇଁ, ହାଟୁ ଘିନିକରି ଦେବ ଦେ ଦେବ୍‌ତାକେ, ଇଟା ନିଜ୍‌କେ ଆରୁ ଦେ ଦେବ୍‌ତାକେ ବି ଠଁକ୍‌ଲା ବାଗିର୍‌ଟା ନାଇଁସେ ?

ଟିହିଲୁ ତା ନୂଆଁଖାଇ ବେଲ୍‌କେ କେଭେ ନାଇଁ ଆସେ । ଇଥର ଯାହା ସେ ଅକାଠେ ପଡିକରି ସୁରାଟ୍‌ନୁ ସ୍ପେଶାଲ୍‌ ଟ୍ରେନ୍‌ଥି ପଲେଇ ଆଏଲା ଇ କାଲ୍‌ମୁହାଁ କରୋନା ଲାଗି ! କପ୍‌ଟା ଫେକ୍ଟରିଥି କେଡେ ସୁନ୍ଦର୍‌ ସେ କମେଇ ନେଉଥିଲା ମାସ୍‌କ ବାର ହଜାର୍‌ । ଦିନ୍‌କ ଆଠ୍‌ ଦଶ୍‌ ଘଂଟା ମର୍‌ତୁନୁ ସିନା କାମ୍‌ କର୍‌ବ, ପେଟର୍‌ ଦାନା ଆରୁ ଦିହର୍‌ କପ୍‌ଟା ଲାଗି ତ ଭାବ୍‌ବାକେ ନାଇଁ ପଡୁଥାଇ ! ଓଭର୍‌ ଟାଇମ୍‌ ଲାଗି ଅଁଟା ଭିଡ୍‌ଲେ ଦୁଇ ଅଢେଇ ହଜାର୍‌ ଅଧିକା ବି ମିଲି ଯାଉଥିଲା । ନିଜ୍‌କେ ବିଦେଶେ ପୁଷି କରି ଘର୍‌କେ ଆଏଲା ବେଲ୍‌କେ ତ ଆଠ୍‌ ଦଶ୍‌ ହଜାର୍‌ ସଁଚି କରି ଆନି ପାରୁଥିଲା !

ଇ ମରଡିଆ କରୋନା ଯେନ୍ତା ସମ୍‌କର୍‌ ଆଖା ଶାଖା ମାନ୍‌କୁ ଠନ୍‌ ଠନ୍‌ ଶୁଖେଇ ଦେଲା, ଘିଚି ଟାନି କରି ଦୁହୁଲେଇ ଦେଲା । ସଟ୍‌ ଡାଉନ୍‌, ଲକ୍‌ ଡାଉନ୍‌ ଲମ୍ବିଛେ ଆରୁ ଆରୁ ଆଗ୍‌କେ ଗଲା ଛ ମାସ୍‌ ହେଲାନ – ସବୁ ଧନ୍ଦା ଠପ୍‌ । ତାର୍‌ ମାଲିକ୍‌ ହେଲେ କେତେ ଦିନ୍‌ ବିନ୍‌ କମାନିଥି ପୁଷି ପାର୍‌ତା ଦୁଇଶଟା ନଉକର୍‌କେ ! ବଏଲେ ଯାହି ତାହି ମୁଠେ ଖାଇ କରି ବଫୁ ବଚାଁବାର୍‌ ଲାଗି ଟିହିଲୁ ପଲେଇ ଆଏଲା ଘର୍‌କେ ।

ଟିହିଲୁର୍‌ ବାପାର୍‌ ବୟସ୍‌ ଇହାଦେ ତିନ୍‌ କୁଡି ଉପ୍‌ରେ – ତଥାପି ସେ ହଲ୍‌ ବୁଲାସି ମହାଜନର୍‌ ଖେତେ, ଦା ଧରି କରି ଧାନ୍‌ ଦାଇ ଯାଏସି ଗଅଁତିଆର୍‌ ଡୁଲିକେ, ଗଖା ଗଖା ଧାନ୍‌ ପେଟାମାନେ ପର୍‌କୋ ପାର୍‌କୋ ବୁହି ନେସି ମହାଜନର୍‌ ଖଲାକେ, ମନରେଗା ମାଏଟ୍‌ ବି କୁଡି ଯାଏସି ଗଇଁତି ଧରି କରି, ତେଲ୍‌ଗୁ ଭୂତିଏର୍‌ ବାଗିର୍‌ ତାର୍‌ ମାଏଟ୍‌ କୁଡା ପୂରା ଛାଁଟ୍‌, ପର୍‌ଛା ନବେ ଡିଗ୍ରୀ ! କୁଡେ ବଛର୍‌ ଭେଡିଁଆ ହେବାର୍‌ ତକ୍‌ ଟିହିଲୁ ଦେଖି ଆସୁଥିଲା ତାର୍‌ ବୁଆ ଆରୁ କକାର୍‌ ମେହେନତି ଆରୁ ଇଟା ବି ଠିକ୍‌ ଜାନି ପାରୁଥିଲା ଯେ ଏତେ ହାବ୍‌ସି କେଚ୍‌ଡେଇ ହେଇକରି ବି ସେମାନ୍‌କର୍‌ ଅଭାବ୍‌ର ବୁଚ୍‌କା କେଭେ ବି ନାଇଁ ସଁକ୍‌ରୁଥାଇ, ପାଲ୍‌କ ଆର୍‌ ଆର୍‌ ଧୂମା ହେଉଥିଲା !

ହେଥିର୍‌ ଲାଗି ଟିହିଲୁ ଦିନେ ଧେତ୍‌ରେ ବଏଲା ଆରୁ ଗାଁକେ ମୂର୍‌ଛି କରିି ଗଦ୍‌ବଦ୍‌ ଉଡିଦେଲା ସୁରାଟ୍‌ – ଯାହା ବି ହେଉ ସେଦିନୁ ନିଜ୍‌କେ ସମ୍ଭାଲି କରି ଘରର୍‌ ଉଧାଟେ ତ ହେଇ ପାରିଛେ, ଘରର୍‌ ପର୍‌ଛିଟେ ଆଗ୍‌କେ ଉତ୍‌ରାବାର୍‌ ଲାଗି, ବହେନର୍‌ ବିହା ଲାଗି ଆଗ୍‌ତୁରା ସୁନା କେତେ ମସା ଘିନ୍‌ବାକେ ତ ବୁଆକେ ସାହା ହେଇ ପାରିଛେ !

ନୂଆଁଖାଇ ଲାଗି ବୁଆର୍‌ ତନାଘନା ଦେଖିକରି ଟିହିଲୁ ପଚ୍‌ରାଲା- ଆମେ ନୂଆଁ ଖାଏଲେ ଯାଇ କାଏଁ ଗୋ ବା ? କେନ୍‌ ନିଜର୍‌ ଜମିନ୍‌ଥୁ ଧାନ୍‌ ସଁକ୍‌ଲି ଆନୁଛୁ ଯେ ଦେବ୍‌ତାକେ ନୂଆଁ ଲଗାଲେ ଯାଇ !

ଟିହିଲୁର୍‌ ବା ହସିଦେଲେ – କାଏଁ ହେଲା ଜମିନ୍‌ବାଡି ନାଇଁନ ଯେ ରେ ବାବୁ, ଦେ ଦେବ୍‌ତା ମାନେ ଅଏନ୍‌ ଆଏଁଖ୍‌ଥି ସମ୍‌କୁ ଦେଖୁଛନ୍‌ ବଲି ସିନା ଧାନ୍‌ ଫଲୁଛେ ! ପାଁଚ୍‌ ପୁର୍‌ଷାନୁ ଯେନ୍‌ ବେବସ୍ଥାଟେ ଚାଲି ଆସିଛେ, ସେ ହିସାବେ ଆମର୍‌ ଇଷ୍ଟ ଦେବ୍‌ତା ମାନ୍‌କୁ ତ ନୂଆଁ ଖୁଆବାକେ ପଡ୍‌ବା !

ଟିହିଲୁ ଖିଜି ଗଲା, ନାକ୍‌ ସିର୍‌କିଟେଇ କରି ବଏଲା- ଦେବ୍‌ତା ମାନେ ଖରାପ୍‌ ନାଇଁ ଭାବନ୍‌ ଗୋ ବୁଆ ନୂଆଁ ଧାନର୍‌ ଭୋଗ୍‌ରାଗ୍‌ ନାଇଁ ଲଗାଲେ ବି, ସେମାନେ ଜାନିଛନ୍‌ ଆମେ ସୁଖ୍‌ବାସୀ ଆଏ ବଲି କରି !

ଟହିଲୁର୍‌ ବୁଆ କିଛି ନାଇଁ କହେଲେ, ବାକି ନୂଆଁଖାଇର୍‌ ତୁରା ଥି ଏକା ଲାଗି ରହେଲେ ।

ନୂଆଁଖାଇ ଦିନ ନୂଆଁ ଲଗାବାର୍‌ ଲଗନ୍‌ର ଘଂଟେ ଆଘଥୁ ନୂଆଁ କଥାଟେ ଦେଖ୍‌ଲା ଟିହିଲୁ ।

ଗାଁର ମହାଜନ୍‌, ଗଅଁତିଆ ଆରୁ ବଡ ଚାଷୀ ଗଡତିଆ ବାବୁ ତିନ୍‌ହେଁ ଉଭା ହେଲେ ଟିହିଲୁ ଘର୍‌ ସାମ୍‌ନାଥି । ସେମାନ୍‌କର୍‌ ପଛେ ଠିଆ ହେଇଥିଲା ଗଅଁତିଆର୍‌ ହଲିଆ – ତାର୍‌ ଗୁଟେ ହାତେ କପ୍‌ଡା ଜରି ଗେଛାଟେ, ଆର ହାତେ ପାଏନ୍‌ ବାଲଟିନ୍‌ଟେ, ଖାକେ ଚେପେଇଥିଲା ପିଣ୍‌ହାଟେ ।

ଟିହିଲୁର୍‌ ବା ଆରୁ କକାକେ ସେମାନେ ଡାକ୍‌ଲେ, ପିଣ୍‌ହା ଉପ୍‌ରେ ଠିଆ କରାଲେ ଜନ୍‌ହେଁ ଜନ୍‌ହେଁ କରି, ଗୋଡ୍‌ ଧୁଇଲେ. ଧୁତି ଜରି ଗୁଟେ ଲେଖାନ୍‌ ଧରାଲେ । ଟିହିଲୁର୍‌ ବା ସରମ୍‌ଥି ସଁକ୍‌ରି ଯାଉଥିଲେ- ଇଟା କାଣା କରୁଛ ସାଁକାର୍‌ ମାନେ !

ଗଅଁତିଆ ହଁସ୍‌ଲେ – ଯାହା ବି କରୁଛୁଁ, ଠିକ୍‌ ହିଁ କରୁଛୁଁ ଟିହିଲୁ୍‌ର୍‌ ବୁଆ ! ତମ୍‌କୁ ମାନ୍‌କୁ ଇ ବେଭାର୍‌ଟା ଆମେ ଖୋବ୍‌ ଆଘଥୁ କର୍‌ବାର୍‌ କଥା ବଲିକରି କରୋନା ଆମ୍‌କୁ ଶିଖାଲା ଏଭେ ! ଦେଖ, ଟିହିଲୁ ଆରୁ ତାର୍‌ ବାଗିର୍‌ ବାକିମାନେ ପଲେଇ ଆଇଛନ୍‌ ବଲିକରି ବିଦେଶ୍‌ ଜାଗାର୍‌ ସବୁ ମିଲ୍‌ମାନେ ଠପ୍‌ । ମାଲିକ୍‌ ଅଛେ, ମିଲ୍‌ ଅଛେ, ମେସିନ୍‌ ମାନେ ଠିକ୍‌ ଠାକ୍‌ ଅଛନ୍‌, ହେଲେ ଇ ବାବୁ ମାନେ ପଲେଇ ଆଇଛନ୍‌ ଯେ ସେମାନେ ହାତ୍‌ ବାନ୍ଧି କରି ବଇଛନ୍‌ । ଠିକ୍‌ ସେନ୍‌ତା ଆମର୍‌ ଭାଗ୍ୟେ ଅଛେ ବଲିକରି ଖେତ୍‌ ବଲ୍‌ବାର୍‌ ଇଲାକା ଗୁଟେ ଗୁଟେ ସିନା ଆମେ ପାଇଛୁଁ, ହେଲେ ସେ ଖେତର୍‌ ମାଏଟ୍‌ ମାଁ ତମର୍‌ ମାନ୍‌କର୍‌ ହାତ୍‌ ନାଇଁ ଲାଗ୍‌ଲେ ବତର୍‌ ନାଇଁ ହୁଏ, ତମର୍‌ ମାନ୍‌କର୍‌ ଝାଲର୍‌ ସୁଆଦ୍‌ ନାଇଁ ଚାଖ୍‌ଲେ ଖେଡ୍‌ ଗୁଟେ ବି ନାଇଁ ଦିଏ ! ସେଥିର୍‌ ଲାଗି ବାବୁ ଦେବ୍‌ତା ମାନ୍‌କୁ ଭୋଗ୍‌ ଲଗାବାର୍‌ ଆଘଥୁ ତମର୍‌ ପାଖ୍‌କେ ଆଏଲୁଁ ଆମର୍‌ ନିଜର୍‌ ମନର୍‌ ଶାନ୍ତି ଲାଗି – ତମେ ମାନେ ଠିକ୍‌ ସନ୍‌ମାନ୍‌ ପାଏଲେ ଖେତର୍‌ ମାଏଟ୍‌ ଉସତ୍‌ ହେବା ଆରୁ ଉସତ୍‌ ହେବେ ଖେତ୍‌ଜୁଗୁ, ଘର୍‌ଜୁଗୁ ଆମର୍‌ ଦେ ଦେବ୍‌ତା ମାନେ ବି !

ସେମାନେ ଆଗ୍‌କେ ବଢ୍‌ଲେ ପାଖର୍‌ ଆଉଗୁଟେ ସୁଖ୍‌ବାସୀ ଘର୍‌କେ ।

ଟିହିଲୁର୍‌ ଭିତ୍‌ରେ ଭାବ୍‌ନାଟେ ଉବ୍‌କି ଆଉଥିଲା – ଇ ନୂଆଁକଥା ଯଦି ଆଗ୍‌କେ ବଢ୍‌ବା ବଏଲେ ସେ ତ ଫେନ୍‌ ଘାଏ ସୁରାଟ୍‌ ନାଇଁ ଗଲେ ବି ହେତା !

ସପ୍ତପର୍ଣ୍ଣି, ସି.ଡି.ସି କ୍ଲବ୍‌ ସାମ୍ନା, ତାଲ୍‌ପାଲି ପଡା, ବଲାଂଗିର୍‌, ମୋ.ନଂ.୭୯୭୮୮୦୩୩୩୭

Leave A Reply

Your email address will not be published.

five − 4 =