oom

ମାଝୀପଡା ରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

jsmm

କଂଟାବାଂଜି, (ମନୀଶ କୁମାର ହଂସ) : ସାରା ଭାରତ ବର୍ଷର ରାଜ୍ୟ ଓ ଲୋକମାନଙ୍କୁ ଦେଶଭକ୍ତିର ଏକତାର ଡୋରିରେ ବାନ୍ଧି ଏକ ଅଖଣ୍ଡ ଦେଶ ଗଠନ କରିବାର ଜନନାୟକ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ତୁରେକେଲା ବ୍ଳକ ଅନ୍ତର୍ଗତ ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଭରଚୁଆଲ ମୋଡ଼ରେ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଶିକ୍ଷକ ଥମିର ଛତ୍ରିଆ, ରୋହିତାଶ୍ୱ ନାଗ,ଦେବକୀ ତାଣ୍ଡି,କିଶୋର ବରିହା,ରମେଶ ବାରିକ ଯୋଗ ଦେଇଥିଲେ।ସର୍ବ ପ୍ରଥମେ ସର୍ଦ୍ଦାରଙ୍କ ଫଟୋଚିତ୍ରରେ ପୁଷ୍ପ ଓ ଧୂପ ଅର୍ପଣ କଲାପରେ ଦେଶକୁ ଅଖଣ୍ଡ ରଖିବାକୁ ଶପଥ ଗ୍ରହଣ କରିଥିଲେ।ଛାତ୍ରଛାତ୍ରୀ ମାନେ ଅନୁପସ୍ଥିତ ଥିବାରୁ ସମସ୍ତ ଫଟୋଚିତ୍ର ଓ ଭିଡିଓ କ୍ଳିପ ଗୁଡିକୁ ବିଦ୍ୟାଳୟ ହ୍ୱଟସଆପଗୃପରେ ଛଡା ଯାଇଥିଲା ଯାହାକି ଛାତ୍ରଛାତ୍ରୀ ମାନେ ରାଷ୍ଟ୍ରୀୟ ଏକତା ଦିବସ ବିଷୟରେ ଜାଣିପାରିବେ ବୋଲି ଆଶା ବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ସହଯୋଗ କରିଥିଲେ।

jittmm
Leave A Reply

Your email address will not be published.