ଚଣାବାହାଲ ଗାଁରୁ ବିବାହ ଠିକ୍ ହୋଇଥିବା ଜଣେ ୧୮ ବର୍ଷୀୟା ଯୁବତୀ ଫେରାର : ଥାନାରେ ନିଖୋଜ ମାମଲା ରୁଜ୍ଜୁ

  • ଗାଁ ସ୍କୁଲର ଜଣେ ଶିକ୍ଷକଙ୍କ ସହ ଫେରାର ଚର୍ଚ୍ଚା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ଗାଁର ଜଣେ ବିବାହ ଠିକ୍ ହୋଇଥିବା ୧୮ବର୍ଷୀୟା ଯୁବତୀ ଘରୁ ଫେରାର ହୋଇଯାଇଥିବା ବେଳେ ଏ ସମ୍ପର୍କରେ ପରିବାର ଲୋକେ ଥାନାରେ ଏକ ନିଖୋଜ ଏତଲା ଦେଇଥିବା ଜଣାପଡ଼ିଛି । ଏ ନେଇ ମୁରିବାହାଲ ଥାନା ପୁଲିସ ପକ୍ଷରୁ ଏକ ନିଖୋଜ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିବା ଜଣାପଡ଼ିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ବୁଧବାର ଅପରାହ୍ନରୁ ଗ୍ରାମର ଜଣେ ୧୮ବର୍ଷ ବର୍ଷୀୟା ଯୁବତୀ ଘରୁ ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକେ ଜାଣିପାରି ତାଙ୍କୁ ବହୁ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇ ଶେଷରେ ଥାନାରେ ଏକ ଏତଲା ଦେଇଥିଲେ । ଥାନା ପୁଲିସ ପକ୍ଷରୁ ଏ ସମ୍ପର୍କରେ ଏକ ନିଖୋଜ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିବା ଜଣାପଡ଼ିଛି । ପରିବାର ଲୋକେ ସଂପୃକ୍ତ ଯୁବତୀଙ୍କ ବିବାହ ଏକ ଗ୍ରାମରେ ଠିକ୍ କରିସାରିଥିବା ବେଳେ ପିନ୍ଧାନୀ ମଧ୍ୟ ଶେଷ ହୋଇସାରିଥିବା ଜଣାପଡିଛି । ଅନ୍ୟ ପକ୍ଷରେ ସମ୍ପୃକ୍ତ ଯୁବତୀଙ୍କ ଗାଁ ସ୍କୁଲରେ ଶିକ୍ଷକତା କରୁଥିବା ବଲାଙ୍ଗିର ଅଞ୍ଚଳର ଜଣେ ଶିକ୍ଷକଙ୍କ ସହ ୩ବର୍ଷ ଧରି ପ୍ରେମ ସମ୍ପର୍କ ଥିବା ଗାଁରେ ଚର୍ଚ୍ଚା ଆଲୋଚନା ହେଉଛି । ଏହା ଏକ ପ୍ରେମ ସମ୍ପର୍କ ମାମଲା ହୋଇଥିବା ବେଳେ ସଂପୃକ୍ତ ଯୁବତୀ ଜଣଙ୍କ ସେହି ଶିକ୍ଷକଙ୍କ ସହ ହିଁ ଘରୁ ଫେରାର ହୋଇଯାଇଥିବା ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ହେଉଛି ।

Leave A Reply

Your email address will not be published.

5 + five =

error: Content is protected !!