csstore

୨ୟ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ – ଜୁରାବନ୍ଧ ଚାମ୍ପିୟନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ମନିଗାଁରେ ଚାଲିଥିବା ୨ୟ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜୁରାବନ୍ଧ ଓ କୁରସୁଡ଼ ଦଳ ଫାଇନାଲ୍ ମ୍ୟାଚ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲେ । କୁରସୁଡ଼ ଦଳକୁ ପରାସ୍ତ କରି ଜୁରାବନ୍ଧ ଦଳ ଚାମ୍ପିୟନ ହୋଇଥିଲା । ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଫିରୋଜ ଖାଁ, ରାଜ୍ୟ ସଭା ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଶରତ ଚନ୍ଦ୍ର ସିଂ ଭୋଇ, ପୂର୍ବତନ ବଙ୍ଗୋମୁଣ୍ଡା ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା, ପୂର୍ବତନ ଚୁଲିଫୁଙ୍କା ସରପଞ୍ଚ ରାଜକିଶୋର କୁମ୍ଭାର, ଦେବେନ୍ଦ୍ର ମାଝୀ, ହରପ୍ରସାଦ ମାଝୀ, ବିଷ୍ଣୁ ମାଝୀ, ଶିବନାରାୟଣ ମାଝୀ, ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣାର ସଭାପତି ଚକ୍ରଧର ଜାନୀ, ମନୋରଞ୍ଜନ ଭୋଇ, ଅଚ୍ୟୁତ ଭୋଇ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଉପବିଜେତା କୁରସୁଡ଼ ଓ ଚାମ୍ପିୟନ ଜୁରାବନ୍ଧ ଦଳକୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରାଯାଇଛି । ରେଫରି ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଡିସେମ୍ବର ଭୋଇ ଓ ବୁଲୁ ମାଝୀ ସହଯୋଗ କରିଥିଲେ । ଏଥିରେ ବେଷ୍ଟ ଡିଫେଣ୍ଡର ସୀତାଲାଲ ଜାନୀ, ବେଷ୍ଟ ଗୋଲକିପର୍‌ ନରେନ୍ଦ୍ର ସାହୁ, ବେଷ୍ଟ ସ୍କୋରର୍ ଯୀଶୁ ବଚ୍ଛା, ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ରମଣ ମାଝୀ, ବେଷ୍ଟ ଆଙ୍କର ଅଭୟ ବାଗଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଧନୁ ବାଗ ଓ ଅଭୟ ବାଗ ଭୋଇ ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ଅନୀଲ ମାଝୀ, ସମ୍ପାଦକ ଅମିତ ବାଗ, କୋଷାଧ୍ୟକ୍ଷ ସୁଦାମ ବାରିକ, ମହେଶ ମାଝୀ, ଜଗନ୍ନାଥ ମାଝୀ, ଆଶିଷ ବାଗ, ଯୁବରାଜ ମାଝୀ, ଆନନ୍ଦ ମାଝୀ, ସାନନ୍ଦ ମାଝୀ ପ୍ରମୁଖଙ୍କ ସମେତ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
jayashree
Leave A Reply

Your email address will not be published.