ବ୍ଲକସ୍ତରୀୟ ମା’ ଦ୍ୱାରସେହ୍ନି ଲୋକ କଲା ମହୋତ୍ସବ – ‘କଳା ବଞ୍ଚିଲେ ହିଁ କଳାକାର ବଞ୍ଚିବେ’

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲାସ୍ତରୀୟ ଏକବିଂଶତମ ଲୋକ ମହୋତ୍ସବ ଉପଲକ୍ଷେ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନାଙ୍କ ସଭାପତିତ୍ୱରେ ବଙ୍ଗୋମୁଣ୍ଡା ବ୍ଲକସ୍ତରୀୟ ମା’ ଦ୍ୱାରସେହ୍ନି ଲୋକ କଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ବଙ୍ଗୋମୁଣ୍ଡା ଥାନା ଅଧିକାରୀ ପ୍ରଣୟ ମୁର୍ମୁ, ସିଡିପିଓ ପ୍ରମିଳା ମହାନ୍ତି, ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ରେଣୁରଞ୍ଜନ ବାଗ ଏବଂ ମୁଖ୍ୟ ବକ୍ତା ଭାବେ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କଲେଜର ଅଧ୍ୟାପିକା ମିନତୀ ରଥ ଯୋଗଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ । କଳା ବଞ୍ଚିଲେ କଳାକାର ବଞ୍ଚିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସବୁବେଳେ କଳାକାରମାନଙ୍କୁ ଦର୍ଶକମାନେ ଉତ୍ସାହିତ କରିବା ସହ ରାଜ୍ୟ ସରକାର ପ୍ରୋତ୍ସାହନ କଲେ ଲୁକ୍କାୟିତ ପ୍ରତିଭା ଲୋକ ଲୋଚନକୁ ଆସି ପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ବଙ୍ଗୋମୁଣ୍ଡାର ଇଷ୍ଟଦେବୀ ମା’ ଦ୍ୱାରସେହ୍ନି ମନ୍ଦିରରୁ ବିରାଟ ଶୋଭାଯାତ୍ରାରେ ବାହାରି ସନ୍ଥକବି ଭୀମ ଭୋଇ ଛକ, ଆମ୍ବେଦକର ଛକ ଦେଇ ମଶାଲ ଅଣାଯାଇ ମଞ୍ଚ ସମ୍ମୁଖରେ ସ୍ଥାପନ କରାଯାଇଥିଲା । ଏହି ଅବସରରେ କଳାକାରମାନଙ୍କ ଦ୍ୱାରା ନଗର ପରିକ୍ରମା କରାଯାଇଥିଲା । ଯୁବ କଣ୍ଠଶିଳ୍ପୀ ରାସବିହାରୀ ଘିଭେଲା ଓ ସାଥିଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ୫୦ରୁ ଅଧିକ କଳାକାର ଅଂଶଗ୍ରହଣ କରି କଲା ପରିବେଷଣ କରିଥିଲେ । ବିଚାରକ ଭାବେ ବିଶିଷ୍ଟ ସଞ୍ଚାର ବାଦକ ସୁଧାକର ସାହୁ, ଦୁର୍ଦକ୍ଷ ହଂସ, ମିନତୀ ରଥ, ନାଟ୍ୟକାର ରାହାସ ବିହାରୀ ମଲ୍ଲିକ, ସନ୍ତୋଷ ତ୍ରିପାଠୀ, ଜିପିଇଓ ସୁଧିର ଚନ୍ଦ୍ର ଠାକୁର ଦାୟିତ୍ୱ ତୁଲାଇଥିଲେ । ଗୋଷ୍ଠୀ ପ୍ରକଳ୍ପ ପରିଚାଳକ ବିଜୟ କୁମାର ବେହେରା ମଞ୍ଚ ପରିଚାଲନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଗୋଷ୍ଠୀ ସାମାଜିକ ସମୀକ୍ଷକ ସୁଶୀଲ କୁମାର ପୋଢ଼ । ବଙ୍ଗୋମୁଣ୍ଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଞ୍ଜିତ କୁମାର ସୁନା, ବିଏଲସି ସତ୍ୟପ୍ରିୟ ବେହେରା, ଜଗନ୍ନାଥ ପୁଟେଲ ତଥା ବ୍ଲକ କର୍ମଚାରୀ, ସିଆରପି, ଏମବିକେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀଙ୍କୁ ଉପଖଣ୍ଡସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

15 − 12 =