ଚାଲିଗଲେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଭକ୍ତଚରଣ ପାଢ଼ୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୮୫ ବର୍ଷ ବୟସରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ସୁଲେଖକ ଭକ୍ତଚରଣ ପାଢ଼ୀଙ୍କ ଦେହାନ୍ତ ହୋଇଛି । ବରିଷ୍ଠ ସାମ୍ବାଦିକ ରିୟାନ ରମାନାଥଙ୍କ ପିତା ଭକ୍ତଚରଣ ପାଢ଼ୀ ବଲାଙ୍ଗିର ସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି । ତେବେ ଦୀର୍ଘ ଦିନରୁ ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ । ତେବେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ରାଣୀସର୍ଡା ଗ୍ରାମର ମୂଳନିବାସୀ ସ୍ୱର୍ଗତ ପାଢ଼ୀ ଜଣେ ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସାହିତ୍ୟିକ ଭାବେ ବିଶେଷ ସୁନାମ ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ରିୟାନ ରମାନାଥ, ପୁତୁରା ରଘୁନାଥ, ସୌମିତ୍ରୀ, ବଡ଼ଭାଇ ଶିବଚରର ପାଢ଼ୀ, ସମସ୍ତ ଝିଅ, ଝିଆରୀ, ପୁତ୍ରବଧୁ, ଜ୍ୱାଇଁ, ନାତିନାତୁଣୀ ତଥା ସଂପର୍କୀୟମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.