pakka

ଶାନ୍ତିପଡ଼ା ନିବାସୀ ମହାଶକ୍ତି ଫାଉଣ୍ଡେସନ୍‌ର ଅଡ଼ିଟର ଗଣେଶରାମ ସାହୁ ଚାଲିଗଲେ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ା ନିବାସୀ ମହାଶକ୍ତି ଫାଉଣ୍ଡେସନ୍‌ର ଅଡିଟର୍‌ ଗଣେଶରାମ ସାହୁ(୪୫)ଙ୍କ ଗତକାଲି ଭୁବନେଶ୍ୱରର ଏକ ଘରୋଇ ନର୍ସିଂ ହୋମ୍‌ରେ ଦେହାନ୍ତ ହୋଇ ଯାଇଥିବା ସୂଚନା ମିଳିଛି । ତାଙ୍କ ଜଣେ ନିକଟତମ ବନ୍ଧୁଙ୍କଠାରୁ ପ୍ରକାଶ ଯେ, କିଛି ଦିନ ତଳେ ସେ କରୋନା ସଂକ୍ରମିତ ହେବା ପରେ ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ । କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ଆସିବାରୁ ଭୁବନେଶ୍ୱର ସ୍ଥିତ ଏକ ନର୍ସିଂ ହୋମରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତେବେ ଗତକାଲି ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା କୁହାଯାଇଛି । ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ବ୍ଲକ ଅଧୀନସ୍ଥ ଟେଁଡ଼ାପଦର ଗ୍ରାମ ତାଙ୍କ ଜନ୍ମମାଟି ହୋଇଥିଲେ ସୁଦ୍ଧା ବଲାଙ୍ଗିର ଶାନ୍ତିପଡ଼ାରେ ସେ ଦୀର୍ଘ ବର୍ଷ ହେଲା ରହି ଆସୁଥିଲେ । ଜଣେ ମିଷ୍ଟଭାଷୀ, ପରୋପକାରୀ, ବନ୍ଧୁବତ୍ସଳ ବ୍ୟକ୍ତିଭାବରେ ସେ ବେଶ୍‌ ଜଣାଶୁଣା ଥିଲେ । ତାଙ୍କ ଦେହାନ୍ତରେ ପାଟଣାଗଡ଼ ଅଂଚଳରେ ତଥା ଶାନ୍ତିପଡ଼ାରେ ଶୋକର ଛାୟା ଖେଳିଯାଇଛି ।

jay balangir
Leave A Reply

Your email address will not be published.

five × 4 =