ଜୁନ ୨୫ରୁ ଚାଲିବ ଇସ୍ପାତ ଏକ୍ସପ୍ରେସ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ହାଓଡ଼ା-ଟିଟଲାଗଡ ଇସ୍ପାତ ସୁପର ଫାଷ୍ଟ ଏକ୍ସପ୍ରେସ ଆସନ୍ତା ୨୫ ତାରିଖରୁ ଚାଲିବ ବୋଲି ଦକ୍ଷିଣ ପୂର୍ବ ରେଳବାଇ କର୍ତ୍ତୃପକ୍ଷ ପତ୍ର ସଂଖ୍ୟା T-95/51/Spl Train,19-6-21ରେ ସୂଚିତ କରିଛନ୍ତି । ଉକ୍ତ ଦିନ ଇସ୍ପାତ ଏକ୍ସପ୍ରେସ ହାଓଡ଼ାରୁ ସକାଳ ୬:୩୫ ମିନିଟରେ ଛାଡି ଟିଟିଲାଗଡ଼ରେ ସନ୍ଧ୍ୟା ୭:୩୫ରେ ପହଞ୍ଚିବ। ସେହିପରି ସମ୍ବଲପୁରରେ ଅପରାହ୍ନ ୩ : ୫୮, ହୀରାକୁଦରେ ୪:୧୪, ବରଗଡ଼ ରୋଡ଼ ରେଳଷ୍ଟେସନରେ ୪ : ୪୮, ବରପାଲି ଠାରେ ସନ୍ଧ୍ୟା ୫:୦୮ମିନିଟରେ ପହଞ୍ଚିବ । ଲୋଇସିଂହାରେ ୫ : ୩୯ ଏବଂ ବଲାଙ୍ଗିରରେ ସନ୍ଧ୍ୟା ୬ ଟା ସମୟରେ ପହଞ୍ଚିବ । ଏଥିରେ ସର୍ବମୋଟ ୧୭ କୋଚ୍ ରହିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

two + 15 =