jsm

ଛାତ୍ର କଂଗ୍ରେସ ପକ୍ଷରୁ ରକ୍ତଦାନ ଏବଂ ମାସ୍କ୍ ବଣ୍ଟନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ଅବସରରେ ଆଜି ଜିଲ୍ଲା ଛାତ୍ର କଂଗ୍ରେସ ବଲାଙ୍ଗିର ତରଫରୁ ଛାତ୍ର ନେତା ଅଜିତ ମହାନନ୍ଦଙ୍କ ନେତୃତ୍ୱରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ବହୁ ଛାତ୍ର ନେତା ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ମନୀଷ ମିଶ୍ର, ବୁଲୁ ଦାନୀ, ପ୍ରେମ ପ୍ରକାଶ ମିଶ୍ର, ଅଙ୍କିତ ସାହୁ, ଲୋପନ ମିଶ୍ର, ଟୁଲୁ ସେନ, ନିରଞ୍ଜନ ମିଶ୍ର, ସୁମନ୍ତ ବିଭାର, ଅମୀୟ ବଗର୍ତ୍ତି, ରମଣୀ ନାଏକ ପ୍ରମୁଖ ଉପସ୍ଥିତ ଥିବା ବେଳେ ବଲାଙ୍ଗିର ସ୍ଥିତ କୁଷ୍ଠାଶ୍ରମ କଲୋନୀରେ ଲୋକଙ୍କୁ କରୋନା ସଚେତନତା କରିବା ସହ ମାସ୍କ୍ ମଧ୍ୟ ବଣ୍ଟନ କରିଥିଲେ ।

yuvodaya
Leave A Reply

Your email address will not be published.