pakka

ବିବିନା ଶିବା ଏଗ୍ରୋ ରାଇସ ମିଲ୍‌ ଉପରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଚଡାଉ

bbehera

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବିବିନାଠାରେ ଥିବା ଶିବା ଏଗ୍ରୋ ରାଇସ ମିଲ ଉପରେ ଟିଟିଲାଗଡ଼ ଉପ ଜିଲ୍ଲାପାଳ ଚଡାଉ କରିଥିବା ଜଣାପଡିଛି । ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ମହାଜନ ବିବିନାରେ ଥିବା ଶିବା ଏଗ୍ରୋ ରାଇସ ମିଲ୍‌ ଉପରେ ଚଡାଉ କରିଥିଲେ । ତେବେ ଶିବା ଏଗ୍ରୋ ରାଇସ ମିଲ୍‌ରେ ଅନେକ ବେଆଇନ ଧାନ ଓ ଚାଉଳ ଗଛିତ ଥିବାରୁ ଉପଜିଲ୍ଲାପାଳ ଯାଞ୍ଚ କରିବା ସହ ସିଲ କରିବା ପାଇଁ ନିର୍ଦେଶ ଦେଇଥିଲେ । ପରେ ଟିଟିଲାଗଡ ସିଏସ୍‌ଓ ଶଙ୍କର୍ଷଣ ଭୁଏ, ସଇଁତଲା ତହସିଲଦାର ସୁରେନ୍ଦ୍ର ମେହେର, ବ୍ଲକ ଯୋଗାଣ ଅଧିକାରୀ ପ୍ରଭାତ ଦାସ ସହ ସଇଁତଲା ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତେବେ ଏହି ଘଟଣାର ନିରପେକ୍ଷ ତଦନ୍ତ କଲେ ରାଇସ ମିଲ୍‌ର ବହୁ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

16 + 4 =