ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ତମିଆଁ ବ୍ରିଜଠାରେ ଅବକାରୀ ବିଭାଗ ପକ୍ଷରୁ ଜଣେ ୧୯ ବର୍ଷିଆ ଯୁବକଙ୍କଠାରୁ ୨୮୦ ବୋତଲ ବେଆଇଅନ କଫ ସରିଫ ଜବତ କରିବା ସହ ଯୁବକକୁ ଗିରଫ କରିଛି । ଗରିଫ ହୋଇଥିବା ଯୁବକ ଜଣକ ହେଲେ ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଗୌରେନମୁଣ୍ଡା ଗାଁର ଜିତୁ ବନଛୋର । ଜିତୁର କୋଭିଡ ପରୀକ୍ଷା ପରେ କୋର୍ଟ ଚାଲାଣ କରିଥିବା ଅବକାରୀ ଥାନା ଅଧିକାରୀ ସତ୍ୟନାରାୟଣ ଦାସଙ୍କଠାରୁ ଜଣାପଡିଛି । ସୂଚନା ଅନୁସାରେ ଜିଲ୍ଲା ସୁପରିଟେଣ୍ଡଟଙ୍କ ନିର୍ଦ୍ଦେଶ କ୍ରମେ ପାଟଣାଗଡ ଅବକାରୀ ଥାନା ଅଧିକାରୀ ସତ୍ୟନାରାୟଣ ଦାସ ତମିଆଁ ବ୍ରିଜ ନକଟରେ ବେଆଇନ କଫ ସିରଫ ଚାଲାଣ ହେବାକୁ ଯାଇଥିବା ଖବର ପାଇଥିଲେ । ଆଜି ଭୋର ସକାଳୁ ଅବକାରୀ ବିଭାଗର ଏକ ଟିମ ବାହାରି ତମିଆଁ ବ୍ରିଜ ପଟକୁ ଯାଇଥିଲେ । ସେ ସମୟରେ ତମିଆଁ ବ୍ରିଜ ଉପରେ ଜଣେ ଯୁବକ ଏକ ବସ୍ତା ଧରି ଏକୁଟିଆ ଛିଡା ହୋଇଥିଲା । ଯୁବକଙ୍କ ଉପରେ ସନ୍ଦେହ କରି ପ୍ରଥମେ ଯୁବକଙ୍କୁ କାବୁ କରି ନେଇ ସେ ଧରିଥିବା ବସ୍ତାକୁ ଯାଞ୍ଚ କରିଥିଲେ । ବସ୍ତା ଭିତରୁ ୨୮୦ ବୋତଲ ବେଆଇନ କଫ ସିରଫ ଥିବା ଦେଖିବାକୁ ପାଇଥିଲେ । ବେଆଇନ କଫ ସିରଫର ଆନୁମାନିକ ବଜାର ମୂଲ୍ୟ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଘଟଣାସ୍ଥଳରୁ ଅବକାରୀ ପୁଲିସ ଜିତୁକୁ ଗିରଫ କରି ଅଧିକ ତଦନ୍ତ କରିବାରୁୁ ସେ ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଗୌରେନମୁଣ୍ଡା ଗାଁର ଜିତୁ ବନଛୋର ବୋଲି ଜାଣିବାକୁ ପାଇଥିଲେ । ଜଣେ ବ୍ୟକ୍ତି ଏକ ବାଇକରେ ଜିତୁକୁ ଆଣି ବ୍ରିଜ୍ ଉପରେ ଛାଡି ଦେଇ ଆଉ ଜଣେ ବ୍ୟକ୍ତିଙ୍କୁ ଆଣିବାକୁ ଯାଇଛି ବୋଲି ଅବକାରୀ ଅଧିକାରୀଙ୍କୁ କହିଥିବା ବେଳେ ଅନେକ ସମୟ ଅପେକ୍ଷା କଲା ପରେ ମଧ୍ୟ ତାଙ୍କୁ ନେଇ ଆସିଥିବା ଆଉ ଜଣଙ୍କ ସାଥୀରେ ଦେଖା ସାକ୍ଷାତ ମିଳି ନଥିଲା । ଜବତ ହୋଇଥିବା କଫ ସରିଫ ଚୋରାଚାଳାଣରେ ଗରିଫ ହୋଇଥିବା ଜିତୁକୁ କୋଭିଡ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ସ୍ଥାନୀୟ ଅଧିକାରୀ ସତ୍ୟନାରାୟଣ ଦାସ ପ୍ରକାଶ କରିଛନ୍ତି ।