ବିଶ୍ଵ କ୍ୟାନ୍ସର ଦିବସ ପାଳନ

ବଲାଙ୍ଗିର, (କେପଏନ୍‌ଏସ୍‌) : ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି) ଶାସ୍ତ୍ରୀ ନଗରଠାରେ ବିଶ୍ଵ କ୍ୟାନ୍ସର ଦିବସ ପାଳନ କରାଯାଇଥିଲା । ଉକ୍ତ ଉତ୍ସବରେ କର୍କଟ ରୋଗରେ ପ୍ରାଥମିକ ଚିକିତ୍ସା ମାଧ୍ୟମରେ କ୍ୟାନ୍ସର ରୋଗ ଆରୋଗ୍ୟ ସାଧ୍ୟ୍ୟ ଓ କ୍ୟାନ୍ସର ରୋଗରେ ପୀଡିତ ନ ହେବା ପାଇଁ ଜୀବନଯାପନ ପ୍ରଣାଳୀରେ ଅନେକ ପରିବର୍ତନ ଓ ଶୃଙ୍ଖଳିତ ହେବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ସେବିକା ଶ୍ରୀମତୀ ମାମି ସିଂଦେଓ ଓ ରୋଜାଲିନ ହୋତା ସଭିଁଙ୍କୁ ବୁଝାଇ ଥିବା ବେଳେ ସତ୍ୟବ୍ରତ ଷଡ଼ଙ୍ଗୀ (ୟୁପିଏଚ୍‌ସି) ସ୍ୱାସ୍ଥ୍ୟ ବୈଷୟିକ କ୍ୟାନ୍ସର ସମ୍ବନ୍ଧୀୟ ଧାରଣା ଦେବା ସହ ଆମେ ବିଭିନ୍ନ ରସାୟନ ଯୁକ୍ତ ଖାଦ୍ୟ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ । ଉପରୋକ୍ତ ଦିବସରେ ଅନୁଷ୍ଠାନର ସମସ୍ତ ସଭ୍ୟ ସଭ୍ୟା ଯଥା ମଣିଭଦ୍ର ପ୍ରଧାନ, ବିପିନ ବିହାରୀ ସେଟ, ଏଏନ୍‌ଏମ୍‌ ଗଣ ଯୋଗଦାନ କରି ଉତ୍ସାବକୁ ସଫଳ କରାଇଥିଲେ ।

Leave A Reply

Your email address will not be published.

1 + 11 =