ବହୁତ ଦିନର ସ୍ବପ୍ନ ସାକାର ହେଲା : ଆଗଲପୁର ଠାରୁ ଚାଲିବ ବସ୍‌

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲାର ଏକ ବ୍ଲକ ହେଉଛି ଆଗଲପୁର ଯାହାକି ବଲାଙ୍ଗିର ସଦରଠାରୁ ମାତ୍ର ୫୦ କିଲୋମିଟର ଦୂରରେ ଅବସ୍ଥିତ । ସ୍ୱାଧୀନତା ପରଠାରୁ ଏକ ଅନୁନ୍ନତ ବ୍ଲକ ରୂପେ ପରିଚିତ ହୋଇଆସୁଥିଲା । ଓଡିଶାରେ ବିଜେଡି ସରକାର ଗଠନ ପରଠାରୁ ବହୁ ଦିନର ସ୍ବପ୍ନ ସାକାର ହେଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନିର୍ବଚନୀ ସଭାକୁ ଆସିଥିବା ସମୟରେ ଡୁଡୁକା ଆଗଲପୁର ରାସ୍ତାରେ ଅଂଗନଦୀ ଉପରେ ଏକ ପୋଲ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସେହି ପୋଲ ନିର୍ମାଣରେ ସେତେବେଳର ସରପଂଚ ଓ ଯୁବ ଇଂଜିନିୟର ନାଏକ ବାବୁଙ୍କ ଚେଷ୍ଟା ଓ ଉଦ୍ୟମ ବଳରେ ପୋଲଟି ନିର୍ମାଣ ହେଲା । ତା’ପରେ ଆଗଲପୁର ଧିରେ ଧିରେ ବିକାଶ ହେବାରେ ଲାଗିଲା । କିଛି ବର୍ଷ ପରେ ଭରସୂଜା ରାସ୍ତାରେ ଅଂଗନଦୀ ଉପରେ ଏକ ବିରାଟ ପୋଲ ନିର୍ମାଣ ହେଲା । ଯେଉଁ ପୋଲଟି ଗତ କିଛିମାସ ପୂର୍ବେ ଉଦ୍‌ଘାଟନ ହୋଇ ଲୋକେ ଯିବା ଆସିବା ସୁବିଧା ପାଇଲେ । ବଲାଙ୍ଗିରଠାରୁ ପଡୋଶୀ ରାଜ୍ୟ ରାୟପୁରକୁ ଦୂରତା କମିଗଲା । ବାଣିଜ୍ୟ ଓ ପରିବହନ ପାଇଁ ଏକ ସୁଯୋଗ ମିଳିଲା । ଦୁଇଟି ଯାକ ବଡପୋଲ ହିଁ ଆଗଲପୁର ବିକାଶ ପାଇଁ ବଡ ସହଯୋଗ ହେଲା । ସରକାର ଗମନାଗମନ ସୁବିଧା ପାଇଁ ଆଗଲପୁର ଠାରେ ଏକ ବସଷ୍ଟାଣ୍ଡ ଅନୁମୋଦନ କରିଛନ୍ତି । ସେହି ବସଷ୍ଟାଣ୍ଡଟି ଅନେକ ଦିନରୁ ନିର୍ମାଣ ହୋଇ ଆଗଲପରୁଠାରୁ ବିଭିନ୍ନ ଅଂଚଳକୁ ବସ ଚଳାଚଳ ଆରମ୍ଭ ହୋଇଯିବା କଥା କିନ୍ତୁ ରାଜ୍ୟ ପରିବହନ ନିଗମ ଅଧିକାରୀ ଓ ପୂର୍ବତନ ତହସିଲଦାରଙ୍କ ମଧ୍ୟରେ ଜାଗା ଚିହ୍ନଟକୁ ନେଇ ଟଣାଓଟରା ହୋଇ ପଡି ରହିଥିଲା । ବର୍ତ୍ତମାନ ତହସିଲଦାର ସ୍ଥାନ ନିରୁପଣ କରି ବିଭାଗୀୟ ଅଧିକାରୀଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ରାଜ୍ୟ ପରିବହନ ନିଗମ ଅଧିକାରୀ ଅତିଶୀଘ୍ର ନୂତନ ବସଷ୍ଟାଣ୍ଡ ନିର୍ମାଣ କରିବେ ଓ ଆଗଲପୁର ଠାରୁ ବିଭିନ୍ନ ସ୍ଥାନକୁ ବସ ଚଳାଚଳ କରିବ ବୋଲି ଜଣାପଡିଛି । ଏଥିପାଇଁ ଆଗଲପୁର ନୂତନ ତହସିଲଦାର ସୁଶ୍ରୀ ସରୋଜା ବେହେରାଙ୍କୁ ଅଂଚଳର ବୁଦ୍ଧିଜୀବୀ ତଥା ଜନସାଧାରଣ ଭୂୟସି ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

four × four =