ନୂଆପଡ଼ା ନିବାସୀ ଶତାୟୁ ମହିଳା ସାଧବାଣୀ ଦାସଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ନୂଆପଡ଼ା ଗ୍ରାମର ସାଧବାଣୀ ଦାସଙ୍କ ୧୦୪ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା ମହିଳା ଥିଲେ । ତାଙ୍କର ମୃତ୍ୟୁ ସମୟରେ ଦାସ ପରିବାର ଓ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ । ତାଙ୍କର ସାନ ଦିଅର ଗଙ୍ଗାଧର ଦାସ ମୁଖାଗ୍ନି ଦେଇଥିଲେ । ତାଙ୍କର ମୃତ୍ୟୁ ଖବର ପାଇବା ପରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ତାଙ୍କର ଅନ୍ତିମ ସତ୍କାର ନୂଆପଡ଼ା ଗ୍ରାମରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

11 − 10 =