ବସ ଚକ ତଳେ ଚାଲିଗଲା ଜୀବନ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି । ବସରେ ଓହ୍ଲାଉ ଥିବା ବେଳେ ଗୋଡ ଖସି ପଡି ଯିବାରୁ ଜଣେ ଯାତ୍ରୀଙ୍କ ମୁଣ୍ଡ ଉପରେ ବସ୍ ଚକ ଚାଲି ଯିବାରୁ ଘଟଣା ସ୍ଥଳରେ ବ୍ୟକ୍ତିଜଣକ ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୭.୩୦ ସମୟରେ କଣ୍ଟାମାଳ ଠାରୁ ଫୁଲବାଣୀ ଯାଉଥିବା ଘରୋଇ ବସ ମା’ ମଙ୍ଗଳା ଓ.ଆର.୧୯ ଏଲ ୧୭୫୨ ରେ ଉଦେପୁର ଗ୍ରାମର ଖଗେଶ୍ବର କହଁର(୫୦) କଣ୍ଟାମାଳରୁ ନିଜ ଘରକୁ ଆସୁଥିଲେ ଉଦେପୁର ଛକ ଠାରେ ଓହ୍ଲାଉ ଥିବା ସମୟରେ ବସାବଧାନତା ଯୋଗୁଁ ଚକ ତଲେ ପଡିଯାଇଥିଲେ । ଫଳରେ ଚକାରେ ମୁଣ୍ଡ ଚାପି ହେଇଯିବା ଯୋଗୁଁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର୍ ପାଇ ଘଟଣା ସ୍ଥଳକୁ କଣ୍ଟାମାଳ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

jittmm
Leave A Reply

Your email address will not be published.