csstore

ବଲାଙ୍ଗିର ଜିଲ୍ଲାରେ ୧୧ଟି ନୂଆ ବିଏସ୍‌ଏନ୍‌ଏଲ୍‌ ଟାୱାର୍‌ ବସିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୧୧ଟି ନୂଆ ବିଏସ୍‌ଏନ୍‌ଏଲ୍‌ ମୋବାଇଲ୍‌ ଟାୱାର୍‌ ବସିବ । ଖପ୍ରାଖୋଲ ବ୍ଲକର ଖୋଲା, ପାଟଣାଗଡ଼ ବ୍ଲକର ଠେଲ୍‌କୋଛାପର୍‌, ସଇଁନ୍ତଲା ବ୍ଲକର ଗୋବିନ୍ଦପୁର, ବଲାଙ୍ଗିର ବ୍ଲକର ଖର୍ଲିକାନି, ତୁରେକେଲା ବ୍ଲକ୍‌ର ନାଗଫେନା, ବଡ଼ ଡକ୍‌ଲା, ବର୍ଲା ଓ ଘୁନେଶ, ମୁରିବାହାଲ୍‌ ବ୍ଲକର ଠୁଙ୍ଗାଜୋର୍‌ ଓ ଗୁଡ଼ଭେଲା ବ୍ଲକ୍‌ର ଡୁମେରଝର ଠାରେ ନୂଆ ଟାୱାର୍‌ ବସିବ ବୋଲି ବିଏସ୍‌ଏନ୍‌ଏଲ୍‌ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।କେନ୍ଦ୍ର ଦୂର ସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସଂଧ୍ୟାରେ ଭର୍ଚୁଆଲ୍‌ ମାଧ୍ୟମରେ ସାରା ଦେଶ ପାଇଁ ୩୯୩୩ଟି ମୋବାଇଲ୍‌ ଟାୱାର୍‌ ଲୋକାର୍ପଣ କରିଥିବା ବେଳେ ସେଥିରୁ ବଲାଙ୍ଗିର ଜିଲ୍ଲା ପାଇଁ ୧୧ଟି ନୂଆ ଟାୱାର୍‌ ସାମିଲ୍‌ ରହିଛି । ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ବଲାଙ୍ଗିର ଜିଲ୍ଲାର ଜନସାଧାରଣଙ୍କ ସହ ଭର୍ଚୁଆଲ୍‌ ମାଧ୍ୟମରେ କଥାବାର୍ତ୍ତା ହୋଇଛନ୍ତି । ଏହି ଅବସରରେ ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ ନିକଟସ୍ଥ ନୂଆ ବସ୍‌ ଟର୍ମିନାଲ୍‌ ଠାରେ ଆୟୋଜିତ ଏକ ସଭାରେ ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କ ସମେତ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ଓ ବିଏସ୍‌ଏନ୍‌ଏଲ୍‌ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.