pakka

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ଦୋକାନ, ଦେଢ଼ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସଟ ସର୍କିଟ ଯୋଗୁଁ ଜଳିଗଲା ଦୋକାନ । ପାଖାପାଖି ଦେଢ଼ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ର ସାରଙ୍ଗଡ଼ ଥାନା ବଣ୍ଡଗୁଡ଼ା ଗ୍ରାମର ଚଞ୍ଚଳା ସାହିରେ ଘଟିଛି ଏଭଳି ଘଟଣା । ସୂଚନା ପ୍ରକାରେ ଚଞ୍ଚଳା ସାହି ଛକରେ ଥିବା ଟୁନା ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ଦୋକାନ ଗୃହରେ ବିଦ୍ୟୁତ୍‌ ସଟସର୍କିଟ ହୋଇ ଦୋକାନ ପୋଡ଼ି ଯାଇଥିବା ଜଣାପଡ଼ିଛି । ନିଆଁ ଦେଖି ପ୍ରଥମେ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ଏବଂ ଖବରପାଇ ସଙ୍ଗେ ସଙ୍ଗେ ସାରଙ୍ଗଗଡ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ । ଏଥିରେ ଦୋକାନ ଘର ଭିତରେ ଥିବା ଫ୍ରିଜ୍‌,ଗଡରେଜ୍‌ ସମେତ ସବୁ ଜିନିଷ ପଡି ପାଉଁଶ ହୋଇଯାଇଛି । ଯାହାର ମୂଲ୍ୟ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଟୁନା ମିଶ୍ର ବିପ୍ର ପ୍ରଧାନଙ୍କ ଘରେ ଭଡ଼ା ନେଇ ଦୋକାନ କରିଥିଲେ । ଟୁନା ମିଶ୍ର ବ୍ୟାଙ୍କ୍‌ ଠାରୁ ଋଣ ଆଣି ଦୋକାନ ଚଳାଇ ନିଜ ପରିବାରକୁ ପୋଷଣ କରୁଥିଲେ । ଦୋକାନ ପୋଡ଼ି ଯିବା ଫଳରେ ଟୁନା ମିଶ୍ର ଏବେ ଚିନ୍ତାରେ ଥିବା ଜଣାପଡିଛି ।

Leave A Reply

Your email address will not be published.

12 + 2 =