pakka

ରାଜେନ୍ଦ୍ର ୟୁନିଭର୍‌ସିଟି ପିଜି ହଷ୍ଟେଲ୍‌କୁ ପଶିଲା କରୋନା : ଜଣେ ପଜିଟିଭ୍‌ ଚିହ୍ନଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ୟୁନିଭର୍‌ସିଟି ପିଜି ହଷ୍ଟେଲ୍‌ର ଜଣେ ଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଅସୁସ୍ଥତା ଅନୁଭବ ହେବାରୁ ଆଜି ତାଙ୍କ କରୋନା ପରୀକ୍ଷା ହୋଇଥିବା ବେଳେ ସେ ପଜିଟିଭ୍‌ ଥିବା ଜଣାପଡ଼ିଥିଲା । ଏହା ଜଣାପଡ଼ିବା ପରେ ରାଜେନ୍ଦ୍ର ୟୁନିଭର୍‌ସିଟି ପିଜି ହଷ୍ଟେଲ୍‌ ଛାତ୍ରଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି । ସୂଚନାଯୋଗ୍ୟ ଯେ, ଆଜି ଆଗଲପୁର ବ୍ଲକ୍‌ରେ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍‌ ଆକ୍ରାନ୍ତ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସାରା ଜିଲ୍ଲାରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କୋଭିଡ଼ ଗାଇଡ଼ ଲାଇନ୍‌ ଅନୁପାଳନ ଦିଗରେ ବିଶେଷ ପଦକ୍ଷେପ ନେବାକୁ ଆଦେଶନାମା ଜାରି ହୋଇଛି ।

Leave A Reply

Your email address will not be published.

eight + eleven =