csstore

ଭୀମଭୋଇ ଆଦିବାସୀ ଯୁବକ ସଂଘ ପକ୍ଷରୁ ବୃକ୍ଷରୋପଣ

ମୁରିବାହାଲ, (ଅଶୋକ କୁମାର ଭୋଇ) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଝିଙ୍କିଡୁଙ୍ଗୁରୀ ଗ୍ରାମର ବିଦ୍ୟାଳୟ ପରିସରରେ ନେହେରୁ ଯୁବକେନ୍ଦ୍ର ବଲାଙ୍ଗିର ଓ ଭୀମ ଭୋଇ ଆଦିବାସୀ ଯୁବକ ସଂଘ ଝିଙ୍କିଡୁଙ୍ଗୁରୀ ପକ୍ଷରୁ ବନମହୋତ୍ସବ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, ଉପାଧ୍ୟକ୍ଷ ସୁନ୍ଦରମତୀ ବାଗ, ଗୋଇମୁଣ୍ଡ ସରପଞ୍ଚଙ୍କ ପ୍ରତିନିଧି କଶ୍ୟପ ସରାପ, ପତ୍ରାପାଲି(କ) ପଞ୍ଚାୟତରସରପଞ୍ଚଙ୍କ ପ୍ରତିନିଧି ଯୁଧିଷ୍ଠିର ଭରାସଗ୍ରିଆ, ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ନରୋତ୍ତମ ତାଣ୍ଡି, ବିଦ୍ୟାଳୟର ଶିକ୍ଷକ ତୁଲେଶ୍ୱର ସାହୁ, ଯୁବକ ସଂଘର ସଭାପତି ସୁଶୀଳ କୁମାର ଭୋଇ, ସଂପାଦକ ଦିଗାମ୍ବର ଭୋଇ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ଆଗାମୀ ଦିନରେ ଗ୍ରାମ ନିକଟସ୍ଥ ଡୁଙ୍ଗୁରୀରେ ବୃକ୍ଷରୋପଣ ସହ ପରିବେଶ ସୁରକ୍ଷା ଦିଗରେ ସଂଘ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସଭାପତି ପ୍ରକାଶ କରିଥିଲେ । ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ସଦସ୍ୟ ସାମନ୍ତ ଭୋଇ, ସତ୍ୟ ଭୋଇ, ଚୌବାହା ଭୋଇ,ଐଶର୍ଯ୍ୟ ଭୋଇ, ଦୁଖୀଶ୍ୟାମ ଭୋଇ, ରମେଶ ଭୋଇ, ଲିଙ୍ଗରାଜ ଭୋଇ, ଜ୍ୟୋତିଭୂଷଣ ଭୋଇ, ରାମଚନ୍ଦ୍ର ଭୋଇ, ରାଜେଶ୍ୱର ଭୋଇ ପ୍ରମୁଖ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.