jsm

ତାଲଜୁରୀ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

csstore

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଲୋଇସିଂହା ବ୍ଲକ୍ ତାଲଜୁରୀ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ଚାରାରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଲୋଇସିଂହା ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସମେତ ରତାଖଣ୍ଡି ସରପଞ୍ଚ ହିମାଚଳ ମେହେର, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍କୁଲ୍ ପ୍ରତିନିଧି କୈଳାଶ ସାହୁ, ପ୍ରଧାନଶିକ୍ଷକ ନେପାଲ ଚନ୍ଦ୍ର ମହାରଣା ତଥା ଅନ୍ୟ ଶିକ୍ଷକ କର୍ମଚାରୀଙ୍କ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ଫଳଗଛ ସମେତ ଅନ୍ୟାନ୍ୟ ୨୦ରୁ ଅଧିକ ବୃକ୍ଷ ରୋପଣ କରାଯାଇ ସମସ୍ତ ବୃକ୍ଷର ଯତ୍ନ ନେବାକୁ ପରାମର୍ଶ ଦିଆଯାଇଥିଲା । ଏହି ଅବସରରେ ବୃକ୍ଷରୋପଣ ଉପରେ ସ୍କାଉଟ୍ ମାଷ୍ଟର ଦିଲୀପ କୁମାର ମିଶ୍ର କବିତା ପାଠ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥଲେ ।

yuvodaya
Leave A Reply

Your email address will not be published.