csstore

ୟୁଥ ହଷ୍ଟେଲର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ୟୁଥ ହଷ୍ଟେଲ ଅଫ୍ ଇଣ୍ଡିଆର ରାଉରକେଲା ଶାଖା ପକ୍ଷରୁ ମାନବ ସେବା ସଦନ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନୀକରଣ ସପ୍ତାହ ପାଳନ ଅବସରରେ ସଭାପତି ବୁଦ୍ଧଦେବ ବସୁଙ୍କ ସଭାପତିତ୍ୱ ଓ ଡଃ ଶକ୍ତି ପ୍ରସାଦ ସାମନ୍ତରାୟଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହର ପ୍ରଶାସନର ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ଅତିଥି ଭାବେ ଯୋଗଦେଇ ତଥା ଅନ୍ୟ ସମସ୍ତ ସଦସ୍ୟଙ୍କ ସହ ମିଳିତ ଭାବେ ବୃକ୍ଷରୋପଣ କରିଥିଲେ । ସର୍ବଶ୍ରୀ ଦେବେନ୍ଦ୍ର ମହାନ୍ତି, ପି ସି ମିଶ୍ର, ନିରଞ୍ଜନ ସାମଲ, ପ୍ରଣତୀ ପାଢୀ ପାଣିଗ୍ରାହୀ, ସୁଚିତ୍ରା ମଲ୍ଲିକ, ଲୁସି ଦାଶ, ସୁଲୋଚନା ମିଶ୍ର, ବିଶ୍ୱନାଥ ପରିଡା, ବିଷ୍ଣୁପ୍ରିୟା ସ୍ୱାଇଁ, ଉପେନ୍ଦ୍ର ସ୍ୱାଇଁ, ଅରୁନ୍ଧତୀ ସ୍ୱାଇଁ, ପ୍ରଫେସର ଜୟଥୁ, ଅସୀମ ସ, ସଞ୍ଜୟ ଦାସ, ଗୌରୀ କୁମ୍ଭାର, କନକଲତା ଦାସ, ସରୋଜ ପଟ୍ଟନାୟକ, ସନ୍ତୋଷ ପାଣିଗ୍ରାହୀ, ଆଶିଷ ବିର୍ସା ହେମ୍ଭ୍ରମ, ବିଶ୍ୱଜିତ ରାଉତ, ମୋନାଲିସା ଗୌଡ, ମୀନାକ୍ଷୀ ପାଢୀ, କାମିନୀ ମହନ୍ତ, ସମରକାନ୍ତ ମଲ୍ଲିକ, ସଲୀଲ କୁମାର ସାହୁ,ତରଣୀ ସେନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ମ୍ୟୁଜିକ ସର୍କଲ ଠାରେ ଓ ମିରର ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି ।

jayashree
Leave A Reply

Your email address will not be published.