jsm

ପୁରୋହିତଙ୍କୁ ବୃକ୍ଷ ଦେଇ ସ୍ୱାଗତ କଲେ ହୃଷୀକେଶ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସଂପ୍ରତି ପିତୃପକ୍ଷ ଆରମ୍ଭ ହୋଇଯାଇଛି । ଆଶ୍ଵିନ କୃଷ୍ଣପକ୍ଷ ଯାହାକୁ କି ଲୋକମୁଖରେ ଅପରପକ୍ଷ ନାମରେ ପରିଚିତ । ତିଳ ତର୍ପଣ, ପିତୃପୁରୁଷଙ୍କୁ ପିଣ୍ଡଦାନର ସମୟ । ଏହି ଅବସରରେ ପରିବେଶକୁ ଭଲ ପାଉଥିବା ତଥା ପରିବେଶ ପାଇଁ ବ୍ୟାପକ ଜନସଚେତନ ସୃଷ୍ଟି କରି ଆସୁଥିବା ବୋଳକଣା ଗ୍ରାମର ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ଅବସରରେ ପୁରୋହିତ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କୁ ବୃକ୍ଷ ଉପହାର ଦେଇ ସ୍ୱାଗତ କରି ନିଆରା ଜନସଚେତନତା ସୃଷ୍ଟି କରିଛନ୍ତି । ପୁରୋହିତ ମଧ୍ୟ ହୃଷୀକେଶଙ୍କ ସବୁଜ ପରିକଳ୍ପନାର ବିଶ୍ୱକୁ ଆଶୀର୍ବାଦ ପ୍ରଦାନ କରିଛନ୍ତି ।

yuvodaya
Leave A Reply

Your email address will not be published.