pakka

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଦକ୍ଷିଣ ପାର୍ଶ୍ଵ କମାଣ୍ଡ କ୍ଷେତ୍ର ନିମନ୍ତେ ଭୂତଳ ପାଇପ ଜଳସେଚନ ନେଟୱାର୍କ ପ୍ରଣାଳୀ ପାଇଁ ଚୁକ୍ତିନାମା ସ୍ଵାକ୍ଷରିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଦକ୍ଷିଣ ପାର୍ଶ୍ଵ କମାଣ୍ଡ କ୍ଷେତ୍ର ନିମନ୍ତେ ଭୂତଳ ପାଇପ ଜଳସେଚନ ନେଟୱାର୍କ ପ୍ରଣାଳୀ ପାଇଁ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଯାଇଛି । ଏହି ଚୁକ୍ତିନାମା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର କେନାଲ ଡିଭିଜନ ନ. ୧ର ଅଧିକ୍ଷଣ ଯନ୍ତ୍ରୀ ଶିବ ପ୍ରସାଦ ପାଣିଗ୍ରାହୀ ଓ ଏଲ୍‌ଆଣ୍ଡଟି ଲିମିଟେଡ, ଚେନ୍ନାଇର ଅଧିକାରୀ ଏସ. ଦକ୍ଷିଣାମୂର୍ତ୍ତିଙ୍କ ମଧ୍ୟରେ ସ୍ଵାକ୍ଷରିତ ହୋଇଥିଲା । ଏହି ଚୁକ୍ତିନାମା ସ୍ଵାକ୍ଷରିତ ସମୟରେ ଅତିରିକ୍ତ ଜିଲ୍ଲାପାଳ ତଥା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର କୁମାର ମହାପାତ୍ର, ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନିରଞ୍ଜନ ରାଉତ, ବଲାଙ୍ଗିର ଉପଜିଲ୍ଲାପାଳ ତଥା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ସ୍ଵତନ୍ତ୍ର ଭୂ-ଅର୍ଜନ ଅଧିକାରୀ କୁମାର ନାଗଭୂଷଣ, ପ୍ରକଳ୍ପର ଅର୍ଥ ପରାମର୍ଶଦାତା ତଥା ମୁଖ୍ୟ ହିସାବ ଅଧିକାରୀ, ପ୍ରକଳ୍ପର ସମସ୍ତ ଅଧିକ୍ଷଣ ଯନ୍ତ୍ରୀ ଓ ଅଧିକାରୀ ଏବଂ ଏଲ୍‌ଆଣ୍ଡଟି ଲିମିଟେଡର ଅଧିକାରୀମାନେ ଉପସ୍ଥିତ ଥିଲେ । ଚୁକ୍ତିନାମା ପରେ ଏହି କାର୍ଯ୍ୟର ନିର୍ମାଣ ନିମନ୍ତେ ୯୯୮.୦୦ କୋଟି ଟଙ୍କା ଏବଂ ପରିଚାଳନା ଓ ରକ୍ଷଣାବେକ୍ଷଣ ସକାସେ ୮.୯୨ କୋଟି ଟଙ୍କାର କାର୍ଯ୍ୟାଦେଶ ଏଲ୍‌ଆଣ୍ଡଟି ଲିମିଟେଡକୁ ପ୍ରଦାନ କରାଯାଇଥିଲା । ଏହାର ନିର୍ମାଣ କାର୍ଯ୍ୟ ଏଲ୍‌ଆଣ୍ଡଟି ଲିମିଟେଡ ପକ୍ଷରୁ ୧୫.୦୯.୨୦୨୨ରୁ ଆରମ୍ଭ ହେବ ଓ ୧୪.୦୩ .୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ପରିଚାଳନା ଓ ରକ୍ଷଣାବେକ୍ଷଣ ୧୫.୦୩.୨୦୨୫ରୁ ଆରମ୍ଭ ହେବ ଓ ୧୪.୦୩.୨୦୩୦ରେ ସମ୍ପୂର୍ଣ୍ଣ ହେବ ବୋଲି ଚୁକ୍ତିନାମା ହୋଇଛି । ଏହାଦ୍ୱାରା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଦକ୍ଷିଣ ପାର୍ଶ୍ଵ କମାଣ୍ଡ କ୍ଷେତ୍ରର ୨୭୦୦୦ ହେକ୍ଟର କ୍ଷେତ୍ରରେ ଜଳସେଚନ ହୋଇପାରିବ ଏବଂ ଜଳସେଚନ ବିତରଣ ପ୍ରଣାଳୀ ପାଇଁ ପ୍ରଯୁକ୍ତି ବିଦ୍ୟା -ସଂଗ୍ରହ -ନିର୍ମାଣ (ତତକ୍ଷଣାତ ବ୍ୟବହାର ଯୋଗ୍ୟ ) ଚୁକ୍ତି ଦ୍ଵାରା ୧ ହେକ୍ଟର ଉପ -ଚକ, ମାଇକ୍ରୋ ଜଳସେଚନ, ଶକ୍ତି ସଂଯୋଗ ପଦ୍ଧତି, ବୈଦ୍ୟୁତିକ ଯାନ୍ତ୍ରିକ ଉପାଦାନ, ଭାଗୀଦାରୀ ପରିଚାଳନା ସୁବିଧା ତଥା ୫ ବର୍ଷ ପର୍ଯ୍ୟନ୍ତ ପରିଚାଳନା ଓ ରକ୍ଷଣାବେକ୍ଷଣ ସମ୍ପର୍କରେ ଚୁକ୍ତିନାମା ହୋଇଛି ।

Leave A Reply

Your email address will not be published.

14 − two =