pakka

ସଙ୍କଟ ମୋଚନ ମନ୍ଦିର ପୂର୍ଣ୍ଣକୁମ୍ଭ ସ୍ଥାପନ ଓ ପ୍ରତିଷ୍ଠା ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଙ୍କଟ ମୋଚନ ମନ୍ଦିର ପୂର୍ଣ୍ଣକୁମ୍ଭ ସ୍ଥାପନ ଓ ପ୍ରତିଷ୍ଠା ମହୋତ୍ସବ ନେଇ ଏକ ପ୍ରସ୍ତୁତି ବୈଠକ ସୁଦପଡା ସ୍ଥିତ ସଙ୍କଟ ମୋଚନ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମନ୍ଦିରର ପୂର୍ଣ୍ଣକୁମ୍ଭ ସ୍ଥାପନ ଓ ପ୍ରତିଷ୍ଠା ମହୋତ୍ସବ ପାଳନ ନିମନ୍ତେ ବିଶେଷ ଭାବରେ ଆଲୋଚନା ହୋଇଥିଲା । ଏହି ମନ୍ଦିର ନିର୍ମାଣ ପାଇଁ ସ୍ୱର୍ଗତ ଘନଶ୍ୟାମ ହେର୍ଣ୍ଣା ଜମି ଦାନ କରି ଭୂମିପୂଜନ କରିଥିଲେ । ଛକର ଚର୍ତୁପାର୍ଶ୍ଵସ୍ଥ ନିଳାଦ୍ରୀ ବିହାର, ବଜରଂଗ ନଗର, ପେପସି ଗୋଦାମ ଗଳି ଓ ଚଟିଆପଦରପଡାର ସମସ୍ତ ବାସିନ୍ଦା ଏହି ସଭାରେ ଉପସ୍ଥିତ ଥିଲେ । ତିନି ଦିନ ଧରି ଏହି ମହୋତ୍ସବ କରିବାକୁ ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପ୍ରଥମ ଦିନ ଗେଟ ସରୋବରପଡା ଠାରୁ ବିରାଟ ପଟୁଆରରେ କଳସ ଶୋଭାଯାତ୍ରା ପହଞ୍ଚିବା ପରେ ପୂଜାରମ୍ଭ ହେବା ସହିତ ସନ୍ଧ୍ୟାରେ ସଙ୍କଟ ମୋଚନଙ୍କ ସମାରୋହ କରାଯିବ । ଦ୍ୱିତୀୟ ଦିନ ସକାଳେ ପୂଜାରମ୍ଭ ସହିତ ନାମ ସଂର୍କୀତ୍ତନ ଓ ରତ୍ନ ସ୍ତମ୍ଭ ସ୍ଥାପନ କରାଯିବ । ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହେବ । ତୃତୀୟ ଦିନ ସକାଳେ ପୂଜାରମ୍ଭ ସହିତ ସୁନ୍ଦରାକାଣ୍ଡ ପାରାୟଣ ହେବ ଓ ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହେବ । ପ୍ରତ୍ୟହ ଅନ୍ୟୁନ ଦୁଇ ହଜାର ଭକ୍ତଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା ହେବ । ଉକ୍ତ ବୈଠକରେ ସଭାପତି ସତ୍ୟନନ୍ଦ ଜେନା, ଉପସଭାପତି ରାମ ସାହୁ, ସଂପାଦକ ସୁନିଲ ଚରଣ ଖର୍ସେଲ, କୋଷାଧ୍ୟକ୍ଷ ଦିଲିପ ମହାପାତ୍ର, ସାଧାରଣ ସଂପାଦକ ସତ୍ୟନାରାୟଣ ଭୋଇ, ମୁଖ୍ୟ ଉପଦେଷ୍ଟା ବରୁଣ କୁମାର ହେର୍ଣ୍ଣା, ଅନୁଜ ଭୁକ୍ତା, ଆର୍ତ୍ତତ୍ରାଣ ଦାଶ, ଅଜିତ କୁମାର ବାବୁ, ନିମାଇଁ ଚରଣ ବେହେରା, ସୁରେଶ ତ୍ରିପାଠି, ଶମ୍ଭୁ ପ୍ରସାଦ ଗୁରୁ, ଭାଇକର ପଟେଲ, ମୁନୁ ନାଗ, ଜିତେନ୍ଦ୍ର ତ୍ରିପାଠି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eleven + seventeen =