ଆୟୁଷକାମିୟମ୍ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଆର୍ୟୁବେଦ ଚିକିତ୍ସା ପ୍ରବିଧି ସହ ସ୍ୱାସ୍ଥ୍ୟକୁ ନେଇ ଏକ ବୌଦ୍ଧିକ କାର୍ଯ୍ୟକ୍ରମ ସ୍ଥାନୀୟ ପାନ୍ଥଶାଳା ପରିସରରେ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆୟୁଷକାମିୟମ୍, ସୁବର୍ଣ୍ଣପୁର ଶାଖା ପକ୍ଷରୁ ଆର୍ୟୁବେଦ ଚିକିତ୍ସା ପ୍ରବିଧି ସହ ସ୍ୱାସ୍ଥ୍ୟକୁ ନେଇ ଏକ ବୌଦ୍ଧିକ କାର୍ଯ୍ୟକ୍ରମ ସ୍ଥାନୀୟ ପାନ୍ଥଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ବେଦିକ୍ ପ୍ରବାଚକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡାଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ବିଚାର ମଂଚରେ ସ୍ୱାସ୍ଥ୍ୟ, ସଂଯମତା ଓ ଆର୍ୟୁବେଦର ଚିକିତ୍ସା ଉପରେ ବିଶଦ ଆଲୋଚନା କରାଯିବା ସହ ଏକ ସୁସ୍ଥ ସମାଜ ଓ ଉତ୍ତମ ଜୀବନ ପାଇଁ ଥିବା ଦିନଚର୍ଚ୍ଚା ଓ ସଚେତନତାକୁ ନେଇ ଏକ ବୌଦ୍ଧିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଓଡିଶା ଓ ଛତିଶଗଡ ପ୍ରାନ୍ତର ପ୍ରତିଷ୍ଠାତା ମୁଖ୍ୟ ଧର୍ମେନ୍ଦ୍ର ସାହୁଙ୍କ ପରିଚାଳନାରେ ଆୟୁଷକାମିୟମ୍‌ର ମ୍ୟାନେଜିଂ ଡାଇରେକ୍ଟର୍ ଅଂକିତ ଆର୍ବେଦ୍ୟ, ଡା.ଭାଗ୍ୟରଂଜନ ଦାଶ ପ୍ରମୁଖ ଯୋଗଦେଇ ଆୟୁଷକାମିୟମ୍‌ର ନିଦାନ, ଚିକିତ୍ସା ସହ ଉଦ୍ଭାବିତ ଔଷଧର କାର୍ଯ୍ୟକାରିତା ଓ ପ୍ରଭାବ ଉପରେ ଆଲୋକପାତ କରିଥିଲେ । ପରେ ପରେ ଗୁଣ୍ଡିଚା ମନ୍ଦିର ପରିସରରେ ବିଶିଷ୍ଟ ବିଦ୍ୱାନ୍ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡାଙ୍କ ଦ୍ୱାରା ବେଦ ଓ ଉପନିଷଦର ବିଭିନ୍ନ ବିଚାର ଓ ସମାଜ ସଂସ୍କାର ଉପରେ ଏକ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.

two × 4 =