pakka

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

bbehera

ମ.ରାମପୁର, (ହେମନ୍ତ ସାହୁ) : ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ବିଜେଡି ମହିଳା, ଯୁବ, ଛାତ୍ର ଜନତା ପକ୍ଷରୁ ମ.ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ବିଜେଡି ଯୁବ, ଛାତ୍ର ଓ ମହିଳା କାର୍ଯ୍ୟକର୍ତ୍ତାମାନେ ଦରବୃଦ୍ଧି ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ ମନମୁଖୀ କାର୍ଯ୍ୟକଳାପର ଘୋର ନିନ୍ଦା କରିଥିଲେ । ନରଲା ବିଧାୟକ ଭୂପିନ୍ଦର ସିଂହଙ୍କ ନେତୃତ୍ୱରେ ଶହ ଶହ ବିଜୁ ଜନତା ଦଳର ନେତା ଓ କର୍ମୀମାନେ ଯୋଗ ଦେଇ କଡା ପ୍ରତିବାଦ କରିଛନ୍ତି । ଦରବୃଦ୍ଧି କାରଣରୁ ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ଲୋକ ବହୁ ହାଇରାଣର ଶିକାର ହେଉଥିବା ବେଳେ ସେମାନଙ୍କ ବଜେଟ ଉପରେ ପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନା ନାଁରେ ଲୋକଙ୍କୁ ମାଗଣାରେ ଗ୍ୟାସ ପ୍ରଦାନ କରି କେନ୍ଦ୍ର ସରକାର ଲୁଟ କରି ଚାଲିଛନ୍ତି । ରନ୍ଧନ ଗ୍ୟାସର ଦାମ ମୋଦୀ ସରକାର ୭୫ ପ୍ରତିଶତ ବୃଦ୍ଧି କରିଛନ୍ତି ଯାହା ଫଳରେ ଗରିବ ଲୋକମାନେ ଚିନ୍ତାରେ ପଡିଛନ୍ତି । ସେମାନେ ପୁଣି ସେଇ ଚୁଲିକୁ ଫେରିଲେଣି ବୋଲି ବିଜେଡି ପକ୍ଷରୁ କେନ୍ଦ୍ର ସରକାରଙ୍କ ଏପରି ଶୋଷଣନୀତିକୁ ବିରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ପୁଷ୍ପେନ୍ଦ୍ର ସିଂହଦେଓ, ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ବାଗ, ପ୍ରଦୀପ ପାଣିଗ୍ରାହୀ, ବିକାଶ ସିଂହଦେଓ, ପ୍ରେମ ସାଗର ନାଏକ ସମେତ ଶତାଧିକ ମହିଳା ଯୁବ ଛାତ୍ର ଜନତା ଦଳର କର୍ମୀ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

ten − 4 =

error: Content is protected !!