jayashree

୪ର୍ଥ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୪ ଓ ୫ରେ

  • ଅସୀମା, ଶଶାଙ୍କ, ଅନୁଗୁଳିଆ ବଣ୍ଟି ହେବେ ଆକର୍ଷଣର କେନ୍ଦ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସିଭିଲ ଟାଉନସିପ ସାଂସ୍କୃତିକ ପରିଷଦର ଚତୁର୍ଥ ତମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ନଭେମ୍ବର ମାସ ୪ ଓ ୫ରେ ପାଳନ ହେବ ବୋଲି ସୂଚନା ଦିଆଯାଇଛି । ଆଜି ପାନପୋଷ ସ୍ଥିତ ତ୍ରିଦେବ ହୋଟେଲ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ସୁଜିତ କୁମାର ମହାନ୍ତିଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ପ୍ରତୀକ ଭୂୟାଁଙ୍କ ଆବାହକତ୍ଵ ଓ କୋଷାଧ୍ୟକ୍ଷ ପ୍ରକାଶ ଦଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପ୍ରମୋଦ ନାୟକ, ମୁଖ୍ୟ ଉପଦେଷ୍ଟା ପ୍ରମୋଦ ପ୍ରଧାନ, କାର୍ଯ୍ୟକାରୀ ସଭାପତି ସୁଧାଂଶୁ ସାମଲ, ଉପ ସଭାପତି ଶଶାଙ୍କ ଶେଖର ପ୍ରଧାନ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ଚଳିତବର୍ଷ ଅନୁଷ୍ଠାନର ଏହା ଚତୁର୍ଥ ବୋଇତ ବନ୍ଦାଣ ଉତ୍ସବ । ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରାକୁ ବଜାୟ ରଖି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଥିବାରୁ ଏହା ସହରବାସୀଙ୍କ ପାଇଁ ଅନ୍ୟତମ ଆକର୍ଷଣ ପାଲଟିଛି । ଆସନ୍ତା ନଭେମ୍ବର ମାସ ୪ ତାରିଖ ଦିନ ଅସୀମା ପଣ୍ଡା ଓ ତାଙ୍କ ବ୍ୟାଣ୍ଡ ପାର୍ଟି, ଗାୟକ ଶଶାଙ୍କ ଶେଖର ଓ ହାସ୍ୟ ଅଭିନେତା ଅନୁଗୁଳିଆ ବଣ୍ଟି ଏଥର ପ୍ରମୁଖ ଆକର୍ଷଣର କେନ୍ଦ୍ର ହେବେ । ସେହିପରି କିଛି ଆଞ୍ଚଳିକ କଳାକାରଙ୍କୁ ସୁଯୋଗ ଦେବା ସହ କଛି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ । ସେହିପରି ୫ ତାରିଖ ଦିନ ବୋଇତ ବନ୍ଦାଣ, କୀର୍ତ୍ତନ ଓ ଶୋଭାଯାତ୍ରା କରାଯିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି, ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସମାଜସେବୀ ଡି. ଆର୍. ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେବେ । ଏଣୁ ଏହି କାର୍ଯ୍ୟକ୍ରମରେ ସହରବାସୀ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଗଗନ ପଣ୍ଡା, ବିରେନ୍ ସେନାପତି, ଭଗବାନ ପତି, ପୁଷ୍ପା ଲେଙ୍କା, ବିଭୂତି ପୁହାଣ, ଜ୍ୟୋସ୍ନା ନାୟକ, କ୍ରିଷ୍ଣା ସାହୁ, ସନ୍ତୋଷ ନାୟକ, ବଳରାମ ନାୟକ, ମନୋଜ ଜେନା, ହରେକୃଷ୍ଣ ମହାନ୍ତି, ହେମନ୍ତ ସାହୁ, ଅନନ୍ତ ପାତ୍ର, ଶିବୁ ଲାଲ ସାହୁ, ବିରଞ୍ଚି ସାମଲ, ବୈଦ୍ୟନାଥ ସାହୁ, ଦୁର୍ଯ୍ୟୋଧନ ସାହୁ, ପ୍ରତାପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅଧକ୍ଷ ପ୍ରମୋଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.