jsm

ଧରଣୀମାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ କ୍ରୀଡା ଅନୁଷ୍ଠିତ

csstore

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଧରଣୀମାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଖେଳ ଶିକ୍ଷକ ଠାକୁର ଚରଣ ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଧରଣୀମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲିଙ୍ଗରାଜ କଟା, ମୁଖ୍ୟ ଅତିଥିଭାବେ ବି.ଇ.ଓ ରୁଦ୍ରେଶ୍ୱର ମେହେର, ସମ୍ମାନିତ ଅତିଥି ଭାବେ ଖରସେଲ ଗ୍ରାମ ପଂଚାୟତ ସରପଞ୍ଚ ବୀରେନ୍ଦ୍ର କୁମାର ଖମାରି, ଚଣ୍ଡୀରାମ ବାଗ ପ୍ରଧାନ ଶିକ୍ଷକ ଧରଣୀମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅର୍ଜୁଞ୍ଜୟ ପଣ୍ଡା ବରିଷ୍ଠ କ୍ରୀଡା ଶିକ୍ଷକ ଗୋପୀନାଥ ଉଚ୍ଚ ବିଦ୍ୟାଳୟ ଲିଟିସର୍ଗି, ସିନାପାଲି ବ୍ଲକ ପ୍ରତିନିଧି ସାମ୍ବାଦିକ ଚିନ୍ତାମଣି ନେତାମ ମଂଚାସୀନ ଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ କବାଡି, ଖୋକୋ, ଭଲିବଲ, ବେଡ଼ମିଣ୍ଟନ ଇତ୍ୟାଦି ଖେଳା ଯାଇଥିବା ବେଳେ ପ୍ରଥମ ଦ୍ଵିତୀୟ ଛାତ୍ରଛାତ୍ରୀ ଖେଳାଳି ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କ୍ରୀଡାରେ କ୍ରୀଡା ଶିକ୍ଷକ ଦେବାଶିଷ ଯୋଶୀ, ପ୍ରଦୀପ୍ତ କୁମାର ଯୋଶୀ, ଗୌତମ ବାଗ, ଭାସ୍କର ପାତ୍ର, ଦିଲୀପ ଦାସ, ପରମେଶ୍ୱର ଧରୁଆ ଖେଳ ପରିଚାଳନା କରିଥିବା ବେଳେ ପ୍ରଦୀପ କୁମାର ପତି, ହିମାଂଶୁ ଶେଖର ପୁରୋହିତ, ପୁରରବା ସଳମା, ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରିୟମଞ୍ଜରୀ ବେହେରା, ସୁବାସ ଚନ୍ଦ୍ର ଦାସ, ପ୍ରଭାକର ସାହୁ, ସୁଶୀଲ ଖମାରି, ରହିତାଶ୍ଵ ବେମାଲ ବୀରେନ୍ଦ୍ର କୁମାର ବାଗ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.