oom

ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରକଳ୍ପ ତିଆରି କର୍ମଶାଳା ଅନୁଷ୍ଠିତ

jsmm

ବରଗଡ, (ନିରୋଜ କୁମାର ପାଣୀ) : ଭେଡେନ ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରକଳ୍ପ ତିଆରି କର୍ମଶାଳା ଆଜି ରେମଣ୍ଡା ସରକାରୀ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୀତବାସ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି, ଭେଡେନ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ରମଣୀ ରଞ୍ଜନ ରାଉତ, ଝରପାଲି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସଂଜୀବ ପ୍ରଧାନ ମଂଚାସୀନ ଥିଲେ । ଏହି କର୍ମଶାଳାରେ ଶିକ୍ଷକ ବିଜୟ ଜେଶ୍ୱାଳ ଅତିଥି ପରଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସାଧନ କର୍ମୀ ଝରାପାଲି ହାଇସ୍କୁଲର ସଂଜୀବ ପ୍ରଧାନ ବିଜ୍ଞାନ ପ୍ରକଳ୍ପ ତିଆରି ଓ ତାହାରି ଭିଡ଼ିଓ ପ୍ରସ୍ତୁତି ଉପରେ ତାଲିମ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଜୟଶ୍ରୀ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ବ୍ଲକର ସମସ୍ତ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.