ପରୀ ହତ୍ୟା ଘଟଣାକୁ ନେଇ ବିଜେପି ବିଧାୟକଙ୍କ ଧାରଣା

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ): ପରୀ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ହୋ ହା‌ଲ୍ଲା ଚାଲିଥିବା ବେଳେ ବିଧାନସଭାରେ ବି ଜୋର୍‌ସୋର୍‌ ତାତି ଜଣାପଡ଼ିଛି । ବିଜେପି ବିଧାୟକମାନେ ପୁଣି ଆଜି ପାଟିତୁ‌ଣ୍ଡ କରିଛ‌ନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ସହ ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବୀ କରାଯାଇଛି । ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିଅମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିବାବେଳେ ବାଚସ୍ପତି ବାଧ୍ୟ ହୋଇ ବିଧାନସଭାକୁ ୧୧ଟା ୩୦ ଯାଏଁ ମୁଲତବୀ ରଖିଥିଲେ । ଗୃହ ମୁଲତବୀ ପରେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ହାତରେ ପୋଷ୍ଟର ଧରି ଧାରଣା ଦେଇଥିଲେ ବିଜେପି ବିଧାୟକମାନେ ।

Leave A Reply

Your email address will not be published.