csstore

ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ସଇଁତଳା ବ୍ଲକର ବିଭିନ୍ନ ପଞ୍ଚାୟତର ବିଜେଡିର ଶତାଧିକ କର୍ମୀ ବିଜେପିରେ ହେଲେ ସାମିଲ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗୁରୁବାର ଦିନ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ୍ କୁମାର ଜୈନଙ୍କ ନେତୃତ୍ୱରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁନ୍ତଲା ବ୍ଲକର ବିଭିନ୍ନ ପଞ୍ଚାୟତର ଗାଁକୁ ଗାଁ ଯାଇ ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କ ସହିତ ଜନସାଧାରଣଙ୍କ ମୌଳିକ ସମସ୍ୟା ବୁଝାସୁଝା କରି ଆଗାମୀ ଦିନରେ ବିଜେପି ସଂଗଠନକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ମନ୍ତ୍ର ଦିଆଗଲା । ଏହି ଅବସରରେ ବିଜେଡ଼ି ଦଳର ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଥିବା ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ କୁମାର ଜୈନ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ମହେନ୍ଦ୍ର ଠାକୁର, ଜିଲ୍ଲା ସମ୍ପାଦକ ଅଶୋକ ମିଶ୍ର, ଆଶିଷ ସାହୁ, ଅକ୍ଷୟ ରଣା, ପ୍ରଶାନ୍ତ ମହାନ୍ତି, ବେଲଗାଁ ମଣ୍ଡଳ ସଭାପତି ଶୁକୃ ସାହୁ, ନିମାଇଁ ଚରଣ ବେହେରା, ବିପିନ ଠାକୁର, ପବିତ୍ର ସାହୁ, ମୁରାରୀ ପ୍ରସାଦ ମିଶ୍ର, ଆଶିଷ ତାଣ୍ଡି, ଜଗଦିଶ ସାହୁ, ମଦନ ସାହୁ, ସୋନୁ ପରାଭୋଇ, ଚୁଡା ଚନ୍ଦ୍ର ଠାକୁର, ରାଜା ନାଗ, ଆକାଶ ଅଗ୍ରୱାଲ, ମନୋଜ ନାୟକ, ସଞ୍ଜୀବ ତ୍ରିପାଠୀ, କିଶୋର ଦାଶ୍, ପାଣ୍ଡବ ସାହୁ, ଟୁଟୁ ରଣା, ଅରୁଣ ବେହେରା, ଦେବେନ୍ଦ୍ର ସାହୁ, ପ୍ରସନ୍ନ ସାହୁ, ଦୁର୍ଯ୍ୟୋଧନ ସାହୁ, ନରେନ୍ଦ୍ର ସାହୁ, ଜଗଦିଶ ସାହୁ, ଅମିତ ସାହୁ, ପ୍ରକାଶ ଗହୀର, ଦଳମତ ସାହୁ, ନିଧି ରଣା, ସୁରେନ୍ଦ୍ର ରଣା, ସୁରେନ୍ଦ୍ର ସାହୁ, ବୀରବର ସାହୁ ଗୌର ରଣା ଏବଂ ପୂର୍ଣ୍ଣ ସାହୁ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.