ତାମିଲନାଡୁ ଦାଦନ ଯିବା ବେଳେ ବସ୍ ଦୁର୍ଘଟଣାରେ ଶ୍ରମିକର ହାତ ଛିଣ୍ଡିବା ଘଟଣା : ହାତ ହରାଇଥିବା ଶ୍ରମିକକୁ ବିଜେଡ଼ି ପକ୍ଷରୁ ରାସନ ସହାୟତା ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ତାମିଲନାଡୁକୁ ଦାଦନ ଖଟି ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ହାତ ହରାଇଥିବା ଶ୍ରମିକଙ୍କ ପରିବାରକୁ ଦେଓଗାଁ ବ୍ଲକ ବିଜେଡ଼ି ପକ୍ଷରୁ ରାସନ ସାମଗ୍ରୀ ଦେଇ ସହାୟତା କରିଥିବା ଜଣାପଡିଛି । ଏହି କାର୍ୟ୍ୟକ୍ରମରେ ଦେଓଗାଁ ବ୍ଳକ ବିଜେଡି ସଭାପତି ସୁଶୀଲ ଚାନ୍ଦ, ଅନ୍ତର୍ୟ୍ୟାମୀ ଭୋଇ, ବୁଦ୍ଧଦେବ ପରୁଆ, ସତୀଶ ଖେତୀ, କାଶୀ ଭୋଇ ପ୍ରମୁଖ ଶୁକ୍ରବାର ଦିନ ଶ୍ରମିକଙ୍କ ଘରକୁ ଯାଇ ସହାୟତା ଯୋଗାଇ ଦେଇଥିଲେ ।

ପ୍ରକାଶ ଥାଉ କି, ଦେଓଗାଁ ବ୍ଲକ ଲଣ୍ଡାପଥର ଗାଁର ଦାଦନ ଶ୍ରମିକ ଏକ ବସ ଯୋଗେ ତାମିଲନାଡୁ ଯାଉଥିବା ବେଳେ ଗାଡିଟି ଗୁଣ୍ଟୁର ନିକଟରେ ଜାତୀୟ ରାଜପଥରେ ଏକ ଟ୍ରକକୁ ଧକ୍କା ଦେଇ ଦୁର୍ଘଟଣା ହେଇଥିଲା । ଦୁର୍ଘଟଣା ପରେ ଆହତ ଲୋକଙ୍କୁ ତିରୁପତି ଜିଏମ୍ ହସପିଟାଲକୁ ନିଆଯାଇଥିଲା କିନ୍ତୁ ସେଠାରେ କେବଳ ବ୍ୟାଣ୍ଡେଜ କରି ଛାଡ଼ି ଦିଆଯାଇଥିଲା ।

Leave A Reply

Your email address will not be published.