oom

ଯୁବ ଟିପିଡବ୍ଲୁଓଡିଏଲ୍‌ ବିଭାଗ କର୍ମଚାରୀଙ୍କ ଅକାଳ ବିୟୋଗ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପୁର ଗାଁ ପ୍ରତିଭାଶାଳୀ ତୀକ୍ଷ୍ଣ ବୁଦ୍ଧି ସଂପୂର୍ଣ୍ଣ ଯୁବ ଉଦୟମାନ୍ ଯୁବକ ଚିନ୍ମୟ ବଗର୍ତ୍ତୀଙ୍କର ତାଙ୍କ ବିଜେପୁର ସ୍ଥିତ ବାସଭବନରେ ଅକାଳ ବିୟୋଗ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳେକୁ ୨୪ ବର୍ଷ ବୟସ ହେଉଥିଲା । ସେ ଟିପିଡବ୍ଲୁଓଡିଏଲ୍‌ ବିଭାଗର ଜଣେ କର୍ମଚାରୀ ଏବଂ ବିଜେପୁର ଜୟ ଜଗନ୍ନାଥ କ୍ରିକେଟ କମିଟିର ଜଣେ ଅଗ୍ରଣୀ କାର୍ଯ୍ୟକର୍ତ୍ତା ତଥା ଆମ ଅଞ୍ଚଳରେ ହେଉଥିବା ସମସ୍ତ ପୂଜା ପାର୍ବଣ, ସାଂସ୍କୃତିକ କାର୍ଯ୍ୟକ୍ରମ ସେବା ପ୍ରମୁଖ କାର୍ଯ୍ୟକ୍ରମରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ । ବିଜେପୁର ସ୍ଥିତ ତେଲନଦୀଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କର କାକା ଗତିକୃଷ୍ଣ ବଗର୍ତ୍ତୀ ମୁଖାଗ୍ନି ଦେଇଥିଲେ । ଏହି ସମୟରେ ଭାଇ ସୌମ୍ୟ ବଗର୍ତ୍ତୀ, ପିନୁ ବଗର୍ତ୍ତୀ, ଚିନୁ ବଗର୍ତ୍ତୀ ଏବଂ କାକା ଶରତ ବଗର୍ତ୍ତୀ, ବିକ୍ରମ ବଗର୍ତ୍ତୀ, ବିଟୁ ବଗର୍ତ୍ତୀ, ସନତ ବଗର୍ତ୍ତୀ, ସୁନୀଲ ବଗର୍ତ୍ତୀ, ଅଶୋକ ବଗର୍ତ୍ତୀ, ପାଣ୍ଡବ ବଗର୍ତ୍ତୀ, ବିକାଶ ବେହେରା, ଶିବୁଲ ବଗର୍ତ୍ତୀ, ଅଭିମନ୍ୟୁ ବଗର୍ତ୍ତୀ, ନାରାୟଣ ବଗର୍ତ୍ତୀ, ମତି ବଗର୍ତ୍ତୀ, କେଦାର ଖରସେଲ, ଅଭିମନ୍ୟୁ ବିଶି, ଟୁଲୁ ଖରସେଲ, କୁବେର ବଗର୍ତ୍ତୀ, ବିସିକେଶନ ପୋଢ଼, ଗୋପାଳ ସାହୁ ବନ୍ଧୁବାନ୍ଧବ ଓ ସମ୍ପର୍କୀୟମାନେ ଅନ୍ତିମ ସଂସ୍କାରରେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ବିଜେପୁର ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

jittmm
Leave A Reply

Your email address will not be published.