pakka

ସହକାରୀ କୃଷି ଅଧିକାରୀଙ୍କ ବିୟୋଗ

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ସହର ଗୋକର୍ଣ୍ଣେଶ୍ୱର ପଡ଼ା ନିବାସୀ ତାପସ ରଞ୍ଜନ ପଣ୍ଡା ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକରେ ସହକାରୀ କୃଷି ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ । ସେ କାମଳ (ଜଣ୍ଡିସ) ରୋଗରେ ଆକ୍ରାନ୍ତ ହୋଇ ୨୦ ଦିନ ତଳେ ଭୁବନେଶ୍ୱର ସ୍ଥିତ ସମ ଅଲଟିମେଟ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଗତକାଲି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ୍ୟୁ ସମୟରେ ତାଙ୍କର ପିତା ରମେଶ ଚନ୍ଦ୍ର ପଣ୍ଡା, ମା, ବଡ ଭଉଣୀ, ସାନ ଭଉଣୀ, ଶାଶୁ, ଶ୍ଵଶୁର, ପିଉସା, ପିଉସୀ ସହ ସ୍ତ୍ରୀ ଓ ଅଢେଇ ବର୍ଷର ଶିଶୁ ପୁତ୍ର ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗ ଦ୍ୱାରଠାରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଥିଲା ।ତାଙ୍କର ବଡ଼ଭାଇ ମୁଖାଗ୍ନି ଦେଇଥିଲେ । ସେ ଜଣେ ଦକ୍ଷ କର୍ମଚାରୀ ତଥା ଭଦ୍ର, ସରଳ ଓ ଅମାୟିକ ବ୍ୟକ୍ତି ଥିଲେ । ତାଙ୍କର ମୃତ୍ୟୁ ଖବରରେ ସୋନପୁର ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

jay balangir
Leave A Reply

Your email address will not be published.

five + 5 =

error: Content is protected !!