pakka

କଂଟାବାଂଜି ଏନ୍‌ଏସିରେ ଚେୟାରମେନ ପଦବୀରେ କଂଗ୍ରେସର ବାଜିମାତ୍‌

bbehera
  • ୭ ମହିଳା ଓ ୮ପୁରୁଷ କାଉନସିଲର ପ୍ରଥମ ଥର ହେଲେ ନିର୍ବାଚିତ
  • ୭୯୮ ଭୋଟରେ ହେଲେ ବିଜୟୀ, ୧୧୩ଜଣ ଭୋଟର ଚେୟାରମେନ ପାଇଁ ନୋଟାରେ ଦେଲେ ଭୋଟ

କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନ୍‌ଏସିରେ କଂଗ୍ରେସର ବରିୟାମ ସିଂ ସାଲୁଜା ୭୯୮ ଭୋଟରେ ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ବିନୟ ଭୁଷଣ ବିଭାର ୪୬୫୨ଟି ପାଇଥିବା ବେଳେ ଶ୍ରୀ ସାଲୁଜା ୫୪୫୦ ଭୋଟ ପାଇ ବିଜୟୀ ହୋଇଛନ୍ତି । ଭାଜପା ପ୍ରତିଦ୍ୱନ୍ଦୀ ବେଦବ୍ୟାସ ନାଗ ମୋଟ ୨୧୫୧ ଭୋଟ ପାଇଥିବା ବେଳେ ତିନି ଚେୟାରମେନ ପ୍ରତିନିଧିକୁ ନାପସନ୍ଦ କରି ୧୧୩ ଜଣ ଭୋଟର ନୋଟାରେ ନିଜର ମତଦାନ କରିଛନ୍ତି । ୧୬ ୱାର୍ଡ ବିଶିଷ୍ଟ କାଉନସିଲରେ ମଧ୍ୟ କଂଗ୍ରେସ ସର୍ବାଧିକ ୧୦ଟି ଆସନ ପାଇଥିବା ବେଳେ ବିଜେଡି ୫ଟି ଓ ଭାଜପା ୧ଟି ଆସନ ପାଇଛି । ଏହି ପରିପ୍ରେକ୍ଷୀରେ ନିର୍ବାଚିତ ହୋଇଥିବା ୱାର୍ଡ କାଉନସିଲର ଏବଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ହେଲେ ୱାର୍ଡ ନଂ.୧ରେ ବିଜେଡିର ଇମ୍ରାନ ଖାନ(୬୩୩) ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଏମ୍‌.ଡି. ସମିମ ଖାନ (୪୯୯) ୱାର୍ଡ ନଂ.୨ କଂଗ୍ରେସର ଅଶୋକ ବଂଶଲ (୪୪୨) ବିଜେପିର ବିବେକ ଶର୍ମା(୨୬୧), ୱାର୍ଡନଂ.୩ରେ ବିଜେଡିର ମନିଶ ଅଗୱାଲ( ୨୮୭) ବିଜେପିର ଅଜୟ କୁମାର ଶର୍ମା(୨୫୨), ୱାର୍ଡ ନଂ. ୪ରେ କଂଗ୍ରେସର ସୁଧା ଅଗ୍ରୱାଲ(୨୧୫) ବିଜେଡିର ମୀନା କୁମାରୀ ପାଠକ(୧୬୦), ୱାର୍ଡ ନଂ. ୫ରେ ବିଜେଡିର ଜାଜ୍ଞସେନି ନାଗ(୪୨୪), କଂଗ୍ରେସର ସୁଲୋଚନା ତାଣ୍ଡି(୨୭୯), ୱାର୍ଡ ନଂ. ୬ ବିଜେପିର ନିଳକଣ୍ଠ ଶତପଥି(୩୨୨), କଂଗ୍ରେସର ବରାହ ଭେଙ୍କଟ ବାଗ (୨୪୮), ୱାର୍ଡ ନଂ.୭ ବିଜେଡିର ପିଙ୍କି ମହାନନ୍ଦ (୩୫୯) କଂଗ୍ରେସର ସସ୍ମିତା ବାଗ (୨୪୮), ୱାର୍ଡ ନଂ.୮ କଂଗ୍ରେସର ଗୌତମ ବେହେରା(୫୨୭), ବିଜେଡିର ଶାଲିନି ଜୈନ( ୪୭୩), ୱାର୍ଡ ନଂ.୯ କଂଗ୍ରେସର ଲଲିତ ଅଗ୍ରୱାଲ (ବିଜୟୀ), ବିଜେଡିର ରେଖା ଶର୍ମା (୧୭୩), ୱାର୍ଡ ନଂ.୧୦ କଂଗ୍ରେସର ଶାନ୍ତି ଦିକ୍ଷିତ( ୪୦୧) ବିଜେଡିର ସଂଯୁକ୍ତ ତାଣ୍ଡି(୩୩୨), ୱାର୍ଡନଂ. ୧୧ ବିଜେଡିର ସୂର୍ଯ୍ୟ ପ୍ରତାପ ମିଶ୍ର(୪୮୪), କଂଗ୍ରେସର ସୁଦାମ ସାହୁ(୧୯୯), ୱାର୍ଡ ନଂ.୧୨ କଂଗ୍ରେସର ହେମାନି ଜଗତ (୩୯୧) ବିଜେପିର ତୁଲସି ସିପକା(୨୬୫), ୱାର୍ଡ ନଂ.୧୩ କଂଗ୍ରେସର ମନୋରମା ରାଉତ(୩୧୦) ବିଜେଡିର ଭୂମି ବାଗ (୨୦୦), ୱାର୍ଡ ନଂ.୧୪ କଂଗ୍ରେସର ଗୁପ୍ତେଶ୍ୱର ତରିଆ(୩୯୪) ବିଜେଡିର ମଧୁ ନାଏକ (୨୩୦), ୱାର୍ଡ ନଂ. ୧୫ କଂଗ୍ରେସର ସୁନିତା ବୁଡେକ (୨୫୩) ବିଜେଡିର ପିଙ୍କି ଖର୍ସେଲ (୧୯୬), ୱାର୍ଡ ନଂ. ୧୬ କଂଗ୍ରେସର ବେଦକାନ୍ତି ପନିକା (୨୫୨), ବିଜଡିର ସୁଚିତ୍ରା ଦଲେଇ (୧୫୪) ଭୋଟ ପାଇ ପରାଜିତ ହୋଇଛନ୍ତି । କଂଗ୍ରେସର ବିଜୟୀ ଚ୍ୟାରମେନ ପ୍ରାର୍ଥୀ ବରିୟାମ ସିଂ ସାଲୁଜା ବର୍ତମାନର କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସବା ସାନ ଭାଇ ହୋଇଥିବା ବେଳେ ୱାର୍ଡ ନଂ.୧ର ବିଜେଡି କାଉନସିଲର ଇମ୍ରାନ ଖାନ ପୂର୍ବତନ ବିଧାୟକ ଅୟୁବ ଖାନଙ୍କ ପୁତୁରା ଅଟନ୍ତି । ନବ ନିର୍ବାଚିତ କାଉନସିଲରେ ୱାର୍ଡ ନଂ. ୧୩ର କାଉନସିଲର ଶ୍ରୀମତୀ ମନୋରମା ରାଉତ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିବା ବେଳେ ଚେୟାରମେନ ସାଲୁଜା ମଧ୍ୟ ପୂର୍ବରୁ ୪ଥର ନିର୍ବାଚିତ ହୋଇ ସାରିଛନ୍ତି କିନ୍ତୁ ଅନ୍ୟ ୧୫ଜଣ କାଉନସିଲର ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ନବ ନିର୍ବାଚିତ ଚେୟାରମେନ ସାଲୁଜା କାଉଟିଂଗ ବୁଥରୁ ବାହାରିଲା ପରେ ଏକ ପ୍ରେସ ବିବୃତିରେ ନିଜର ମତ ଦେଇ କଂଟାବାଂଜିର ବିକାଶ ପାଇଁ ଅଧିକ ଧ୍ୟାନ ଦେବା ସହ ଜନସାଧାରଣଙ୍କ ସୁଖ ଦୁଃଖରେ ସାମିଲ ହେବେ ବୋଲି କହିଥିଲେ । ଏପରିକି ନଗରବାସୀଙ୍କ ଆଶୀର୍ବାଦ ସହ ତାଙ୍କ ବଡଭାଇ ବିଧାୟକ ସାଲୁଜାଙ୍କୁ ଶ୍ରେୟ ଦେଇଥିବା କହିଛନ୍ତି ।

jay balangir
Leave A Reply

Your email address will not be published.

nineteen + eighteen =