ଜନକପୁରଠାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଡିଘାଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜନକପୁରଠାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ ସେବା, ଜନ ସାଧାରଣଙ୍କୁ ପ୍ରଦାନ କରାଯାଇଥିଲା CHC ଚୁଡାପାଲି ତରଫରୁ । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅନୁମତି ମତେ ତଥା ନିର୍ଦ୍ଦେଶ ଅନୁସାରେ ଚୁଡ଼ାପାଲି (CHC INCHARGE) ଡକ୍ଟର ସନ୍ତୋଷ କୁମାର ସାହୁ ଓ ଡକ୍ଟର ପ୍ରକାଶ କୁମାର ଦାସ ଓ ତାଙ୍କ ଷ୍ଟାଫଙ୍କ ତତ୍ତ୍ଵାବଧାନରେ ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ, ବ୍ୟାପକ ପ୍ରସ୍ତୁତି ଓ ବ୍ୟବସ୍ଥା କରାଯାଇ ଜଣ ସଧାରଣ ଔଷଧ ଓ ସ୍ୱାସ୍ଥ୍ୟ ପରୀକ୍ଷା କିପରି ସୁବିଧା ଓ ସୁଯୋଗ ପାଇ ପାରିବେ ସେଥିପାଇଁ ପୁର୍ଣ୍ଣ ଭାବେ ସହଯୋଗ କରିଥିଲେ । ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନର ମୁଖ୍ୟ କର୍ମକର୍ତ୍ତା ମାନେ ହେଲେ ଆନନ୍ଦ ଚନ୍ଦ୍ର ବେହେରା, କାମେଶ୍ୱର ମହାଲିଙ୍ଗ, ନୀଳକଣ୍ଠ ମେହେର, ୟାମୁଦ୍ଦ ମହମ୍ମଦ, ସୂର୍ଚ୍ଚନ ପୁଟେଲ, ଗୋପାଳ ଚନ୍ଦ୍ର ବସ୍ତିଆ, ବିରଞ୍ଚି ଗହୀର, ଆଶା ଦିଦି ବୀଣାପାଣି ଭୁଏ, ସହଦେବ ଧରୁଆ, ଗ୍ରାମର ଜଣେ ମହାନ୍ ସମାଜସେବି ବିନୋଦ ରାଉତ ଓ ଅନ୍ୟାନ୍ୟ ଗ୍ରାମର ଭଦ୍ର ବ୍ୟକ୍ତି ଆଦି ସମସ୍ତଙ୍କ ସହଯୋଗରେ ଆଜିକାର କାର୍ଯ୍ୟକ୍ରମ ସୂଚାରୁ ରୁପେ ସମ୍ପନ୍ନ ହୋଇଥିଲା । ଶେଷରେ ସମସ୍ତ ଜନସାଧାରଣଙ୍କୁ ମେଡିକାଲ ଷ୍ଟାଫ ଯୋଗ ସଂଗଠନର କର୍ମକର୍ତ୍ତାମାନଙ୍କୁ ସହଦେବ ଧରୁଆ ଧନ୍ୟବାଦ୍ ଜଣାଇଥିଲେ ।

Leave A Reply

Your email address will not be published.