csstore

ଗଣ ଇସ୍ତାହାର ଖବର କାଗଜର ୪୫ତମ ବାର୍ଷିକୋତ୍ସବ ବିଶେଷାଙ୍କ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ରାଜବାଟି ପ୍ରାଙ୍ଗଣରେ ଗଣ ଇସ୍ତାହାର ଖବର କାଗଜର ୪୫ତମ ବାର୍ଷିକୋତ୍ସବ ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଣଇସ୍ତାହାର ସମ୍ପାଦକ ପ୍ରସନ୍ନ ମିଶ୍ର ଯୋଗଦେଇ ଗଣ ଇସ୍ତାହାର ଖବର କାଗଜର ବିଗତ ୪୫ ପଦ୍ମପୁର ଉପଖଣ୍ଡ ଅଞ୍ଚଳ ସହିତ ସମ୍ପର୍କ ବିଷୟରେ ଆଲୋକପାତ କରିବା ସହିତ ଆଗାମୀ ଦିନରେ ଆହୁରି ପାଠକଙ୍କୁ ଏହି ଖବର କାଗଜ ଯୋଡି ହେବାପାଇଁ ନିବେଦନ କରିଥିଲେ । ସମ୍ପାଦକ ଶ୍ରୀ ମିଶ୍ର ପଦ୍ମପୁର ଜମିଦାରଙ୍କ ଦାୟାଦ ପ୍ରତାପ କେଶରୀ ସିଂ ବରିହା, ସ୍ଵାଧୀନତା ସଂଗ୍ରାମୀ ମାୟାଧର ପୁରୋହିତଙ୍କ ଦାୟାଦ ଶାନ୍ତି ସ୍ଵରୂପ ପୁରୋହିତ, ମନୋରଞ୍ଜନ ସିଂ ବରିହା ଓ ଜୟ କେତନ ତ୍ରିପାଠୀଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରିବା ସହ ଗଣ ଇସ୍ତାହାରର ନିୟମିତ ଲେଖକ ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କୁ ଉପଢୌକନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ନିରୋଜ ଦୋରା, ବଣିକ ସଂଘ ସଭାପତି ପ୍ରତାପ ମିଶ୍ର, ମୁନୁ ପଣ୍ଡା, ବରିଷ୍ଠ ସାମ୍ବାଦିକ ଲାଲ ବିହାରୀ ମିଶ୍ର, ସନ୍ତୋଷ ଶତପଥୀ, ରତ୍ନମଣି ଶତପଥୀ, ପ୍ରଦୀପ୍ତ କିଶୋର ଦାଶ, ସୁଦାମ ପଧାନ, ଦେବାଶିଷ ପଟ୍ଟନାୟକ, ଡିଲେଶ୍ଵର ବାଗ, ସହୟୋଗ ଅନୁଷ୍ଠାନ ସଭାପତି ମୌସମ ପାଗୋଡ଼ା, ତାପସ କୁମାର ନାୟକ, ଶିବାଶିଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ଗଣ ଇସ୍ତାହାରର ଉନ୍ମୋଚିତ କାର୍ଯ୍ୟକ୍ରମରେ ପଦ୍ମପୁର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ନୃସିଂହନାଥ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ସାମଲ, ଗଜରାଜ ସିଂ ପୁଟା, ବଡ ଶତପଥି, ବିନୋଦ କାଲିଆ, ମନୋଜ ତ୍ରିବେଦୀ, ମହେନ୍ଦ୍ର ଖୁଣ୍ଟିଆ, ନିରୋଜ ପାଣୀ, ମାନସ ନାୟକ, ସୁବୋଧ ପଣ୍ତା, ରୋହିତ ଅଗ୍ରୱାଲ, ନିଲେଶ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.