ଖଲିଆପାଲିରେ ୧୫୪ତମ ବିର୍ସାମୁଣ୍ଡା ଜୟନ୍ତୀ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକ ଆଦିବାସୀ ସଂଘ ପକ୍ଷରୁବିର୍ସାମୁଣ୍ଡାଙ୍କ ୧୫୪ତମ ଜୟନ୍ତୀ ପାଳନ ସିଂହାମୁଣ୍ଡା ପଞ୍ଚାୟତ ଖଲିଆପାଲିରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଓଗାଁ ବ୍ଲକ କଳାକାର ସଂଘ ଉପ ସଭାପତି ସୁଦାମ ଚରଣ ବିଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ୍ ଆଦିବାସୀ ସଂଘ ସଂପାଦକ ସୁରଥ ଧରୁଆ ବିର୍ସାମୁଣ୍ଡାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ବିର୍ସାମୁଣ୍ଡାଙ୍କ ବଳିଦାନ ଓ ସମାଜ ପ୍ରତି ଅବଦାନ ଉପରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ୟ୍ୟକ୍ରମରେ ସହଦେବ ଧରୁଆ, ଟିକେଲାଲ ଧାରୁଆ, ଜୟନ୍ତୀ ଭୋଇ, କୌଶଲ୍ୟା ମଲ୍ଲିକ, ମମତା ଧରୁଆ, ସୀମାରେଖା ପୁଟା ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

5 × 2 =

error: Content is protected !!