jsm

କେସିଙ୍ଗା ସହରରେ ନିଶାନ୍ତ ବାର୍‌କୁ ତୀବ୍ର ବିରୋଧ

csstore

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ “ନିଶାନ୍ତ ବାର୍‌”କୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବାର୍‌କୁ ଏନ୍‌ଓସି କାହିଁକି ଦିଆଗଲା ଓ ତା’ ପରେ ବିରୋଧକୁ ଦେଖି ଏନ୍‌ଓସି ତରବରିଆ ଭାବରେ ରଦ୍ଦ କରାଗଲା ଏହାକୁ ନେଇ ସ୍ଥାନୀୟ ଲୋକେ କହିବା ଅନୁଯାୟୀ, ବାର୍‌ଟି ଯଦି ଏହି ସ୍ଥାନରେ ଖୋଲାଯାଏ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଉପରେ ପ୍ରଭାବ ପଡ଼ିବ । ସରକାରୀ ପକ୍ଷରୁ ଏହା ଉପରେ କୌଣସି ଅଧିକୃତ ମତାମତ ମିଳିନଥିବା କହିଛନ୍ତି । କେସିଙ୍ଗା–ଟିଟିଲାଗଡ଼ ମୁଖ୍ୟ ରାସ୍ତାରେ ଓମ୍‌ ନଗର ଓ ଗାୟତ୍ରୀ ନଗର ନିକଟରେ ପ୍ରସ୍ତାବିତ “ନିଶାନ୍ତ ବାର୍‌”କୁ ବିରୋଧ କରି ସ୍ଥାନୀୟ ବାସିନ୍ଦାମାନେ ଓ ସର୍ବଦଳୀୟ ଲୋକମାନେ ଏକାଠି ହୋଇ ଆପତ୍ତି ଜଣାଇଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଏହି ସ୍ଥାନଟି ଘନବସତିପୂର୍ଣ୍ଣ ଆବାସିକ ଅଞ୍ଚଳ ହେବା ସହ କଳାହାଣ୍ଡି ଓ ବଲାଙ୍ଗିରକୁ ସଂଯୋଗ କରୁଥିବା ଏକ ବ୍ୟସ୍ତ ରାସ୍ତା । ପ୍ରତିଦିନ ଏହି ରାସ୍ତାରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ମହିଳା କର୍ମଚାରୀ, ଶ୍ରମିକ ଏବଂ ସାଧାରଣ ଲୋକ ଯାତାୟତ କରୁଥିବାରୁ ବାର୍‌ ଖୋଲିଲେ ସୁରକ୍ଷା ଓ ଆଇନ-ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି । ବିଶେଷକରି ମହିଳା ଓ ଯୁବତୀମାନଙ୍କ ସୁରକ୍ଷାକୁ ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି । ବର୍ତ୍ତମାନରେ ଯାହା କଲିକତା ଠାରେ ତେର ବର୍ଷୀୟ ଝିଅ ସାଙ୍ଗରେ ଯାହା ଦୁର୍ଘଟଣା ଘଟିଛି ତାହା ଏହି ଅଞ୍ଚଳରେ ନ ହେଉ । ଏହାକୁ ଆଖିରେ ରଖି ସ୍ଥାନୀୟ ବାସିନ୍ଦାମାନେ ଓ ସର୍ବଦଳୀୟ ଲୋକମାନେ ଆଦର୍ଶ ଥାନାର ଆଇଆଇସିଙ୍କୁ ଏକ ଲିଖିତ ଦାବିପତ୍ର ଦେଇ ବାର୍‌ ଖୋଲିବା ପ୍ରସ୍ତାବକୁ ବନ୍ଦ କରିବା ସହ ଆଇନ-ଶୃଙ୍ଖଳା ଓ ଜନସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଏବେ ସ୍ଥାନୀୟ ଲୋକଙ୍କ ଦାବି ଉପରେ ପ୍ରଶାସନ କେଉଁ ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା ।

yuvodaya
Leave A Reply

Your email address will not be published.