jsm

ଡୁମାଲ ସମାଜ ପକ୍ଷରୁ ସାଙ୍ଗଠାନିକ ବୈଠକ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡୁମାଲ ସମାଜ ପକ୍ଷରୁ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ । ଦେବରାଜ ଖମାରୀଙ୍କ ସଭାପତିତ୍ୱରେ କନ୍ଧପଥର ଗ୍ରାମ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଫଫ୍‌ସି କେନ୍ଦ୍ରର ସାମାଜିକ ସଭ୍ୟମାନଙ୍କୁ ନେଇ ଏକ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ରହିଛି । ସଭାରେ ସମାଜର ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ଆଲୋଚନା ହୋଇଥିଲା । ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ଫଫ୍‌ସି କେନ୍ଦ୍ରର ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ପ୍ରସ୍ତାବ ନିଆଯାଇଥିବା ସୂଚନା ମିଳିଛି । ବିରଞ୍ଚି ମହାକୁର ସଭାପତି, ମଧୁସୂଦନ ଖମାରୀ ଉପସଭାପତି, ଯୁବରାଜ ଖମାରୀ ସମ୍ପାଦକ, ପଞ୍ଚାନନ ଦନ୍ତା କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି । ସିତାରାମ ଛନ୍ଦ, ପର୍ଶୁ ବଘାର, ଆର୍ତ୍ତ ପଲିତା, ରବି କର୍ମା, କୃଷ୍ଣ କ୍ଷେତି, ଋଷି କଲତା, ଯୁଧିଷ୍ଟିିର ଡାଙ୍ଗ, ଦେବନ୍ଦ୍ର କମ୍ପ, ବିଜୟ ପାତ୍ର, କୈଳାଶ ପ୍ରଧାନ, ଶିବ ପ୍ରସାଦ ଛନ୍ଦଙ୍କୁ ଉପଦେଷ୍ଟା ସଦସ୍ୟ ରୂପେ ଦାୟିତ୍ୱ ଦିଆଯାଇଛି । ନୂତନ ସଭାପତି ବିରଞ୍ଚି ମହାକୁର ତାଙ୍କ ବକ୍ତବ୍ୟରେ ଆଗାମୀ ଦିନରେ ସମାଜର ଉନ୍ନତି ଦିଗରେ କାମ କରିବାକୁ କହିଥିଲେ । ଶେଷରେ ଉପସଭାପତି ମଧୁସୂଦନ ଖମାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିବା ସୂଚନା ମିଳିଛି ।

yuvodaya
Leave A Reply

Your email address will not be published.