ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସୁନାବେଡା ଅଞ୍ଚଳର ଆରାଧ୍ୟଦେବୀ ମାଁ ସୁନାଦେଈଙ୍କ ପ୍ରସିଦ୍ଧ ସୁନାଦେଈ ଯାତ୍ରା ଆସନ୍ତା କୁମାର ପୂର୍ଣ୍ଣିମାରେ ଆରମ୍ଭ ହେବ । ସୁନାଦେଈ ଯାତ୍ରା ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ କୋଭିଡ କଟକଣା ଥିବାରୁ ବିଧିରକ୍ଷା ନିମନ୍ତେ ବିନା ଶ୍ରଦ୍ଧାଳୁରେ ସୁନାଦେଈ ଯାତ୍ରା କରିବାକୁ କୋମନା ଥାନାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏସଡିପିଓ ନୂଆପଡା ପ୍ରଶାନ୍ତ ପଟ୍ଟନାୟକ, ଆଇଆଇସି ଜ୍ୟୋତିରଞନ ଗୌଡ, ସୁନାବେଡା ସରପଞ୍ଚ ତିଲସିଂ ଝାଙ୍କର, ଯୁବରାଜ ଛତ୍ରିଆ, କଲିରାମ ସୁଆର, କାଳିଆ ପ୍ରଧାନଙ୍କ ସହ ସୁନାଦେଈ ମନ୍ଦିର ସେବାୟତ, ସୁନାବେଡା, ସୋସେଙ୍ଗ ଓ ମିଛାପାଲି ପଞ୍ଚାୟତର କିଛି ପ୍ରତିନିଧି ଯୋଗଦାନ କରିଥିଲେ ।