pakka

ସଇଁତଲା ଓ ବଡ଼ମାଳ ପୋଲିସ ଅଧିକାରୀଙ୍କ ବଦଳି ଦାବୀ ନେଇ ବିଜେପି ଦଳ ତରଫରୁ ସଇଁତଲା ଥାନା ଘେରାଓ ଓ ବିକ୍ଷୋଭ ପ୍ରଦର୍ଶନ

  • ଟିଟିଲାଗଡ଼ ଏସ୍‌ଡିପିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ, ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଓ ଗୋଟିଏ ସେକ୍ସନ ପୋଲିସ ମୁତୟନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନାରେ ସୋମବାର ଦିନ ବିଜେପି ଦଳ ତରଫରୁ ସଇଁତଲା ଥାନା ଅଧିକାରୀ ଓ  ବଡ଼ମାଳ ଫାଣ୍ଡି ଅଧିକାରୀ କାର୍ଯ୍ୟରେ ଅବହେଳା କରିବା ଓ ଶାସକ ଦଳ କଥା ମାନି ଜନସାଧାରଣଙ୍କ କାର୍ଯ୍ୟ କରୁନାହିଁ ବୋଲି ବିଜେପି ଦଳ ଅଭିଯୋଗ ଆଣିଛି । ଏହାର ପ୍ରତିବାଦରେ ଥାନା ସମ୍ମୁଖରେ ବିଜେପି ଦଳ ତରଫରୁ ନାରାବାଜି କରିବା ସହ ଉଭୟ ଅଧିକାରୀମାନଙ୍କୁ ତୁରନ୍ତ ବଦଳି ଦାବୀ କରିଥିଲେ । ଏହି ପରିପେକ୍ଷୀରେ ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥିଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ୮ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ସଇଁତଲା ଥାନା ଅଧିକାରୀ   ଓ ବଡ଼ମାଳ ଫାଣ୍ଡି ଅଧିକାରୀ ଉଭୟ ମିଶି ସ୍ଥାନୀୟ ମନ୍ତ୍ରୀଙ୍କ ଚାପରେ ପଡି ଜନସାଧାରଣମାନଙ୍କର କାର୍ଯ୍ୟକରୁ ନଥିବା ସହିତ ଅଣଦେଖା କରୁଛନ୍ତି । ଏପରିକି ଶାସକ ଦଳ ଲୋକଙ୍କ କାର୍ଯ୍ୟ କରୁଥିବା ବେଳେ ଅନ୍ୟମାନଙ୍କୁ ଗୁରୁତ୍ୱ ଦେଉନାହିଁ ବୋଲି ଅଭିଯୋଗ କରିଛନ୍ତି । ସେହିପରି ବଡ଼ମାଳ ଫାଣ୍ଡିଠାରୁ ଡକାୟତିମାନଙ୍କୁ ଛାଡି ଦେବା, ସଟ୍ଟା ଓ ମଦ କାରବାର ବୃଦ୍ଧି ପାଉଥିବା ଯୋଗୁଁ ରାତିରେ ଚୋରିହାରୀ ଯୋଗୁଁ ପେଟ୍ରୋଲିଙ୍ଗ ବ୍ୟବସ୍ଥା କଡ଼ାକଡ଼ି ଭାବରେ ପୋଲିସ କରୁନାହାନ୍ତି । ଯାହାଫଳରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଛି । ଏହା ସହିତ ଏହି  ବଡ଼ମାଳ ଅଧିକାରୀଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହେଉଥିବା ବେଳେ କାହିଁକି ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଏପରିକି ଗତ ୨୫ ତାରିଖରେ ସଇଁତଲା ଥାନା କେସ ନଂ ୧୦୭ରେ ହୋଇଥିବା ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଆଜି ପର୍ଯ୍ୟନ୍ତ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ଏଣୁ ଏହାର ପ୍ରତିବାଦରେ ବିଜେପି ନେତା ମହେନ୍ଦ୍ର ଠାକୁରଙ୍କ ନେତୃତ୍ୱରେ ଅକ୍ଷୟ ରଣା, ଚନ୍ଦ୍ରଭାନୁ ପ୍ରଧାନ, ଶାନ୍ତନୁ ପଣ୍ଡା, ଗୋପବନ୍ଧୁ ବଗର୍ତି, ଦାମୋଦର ଭୋଇ, ମହେନ୍ଦ୍ର ଅମାତ, କରୁଣା ପଶାୟତ, ନରେନ୍ଦ୍ର ଘିଭେଲା, ବାସୁଦେବ ଚୌହାନ, ଦୁଃଖଶ୍ୟାମ ରଣା, ମକରମ ରଣା, ସୁବାଷ ବେହେରା, ସୁଦର୍ଶନ ପ୍ରଧାନ, ଜଗନ୍ନାଥ ବୁଡ଼େକ, ଯୁଗଳ କିଶୋର ସିଂ ଦେଓ, ଚିତ୍ତରଞ୍ଜନ ରାଜପଲିଆ, ଶାନ୍ତିଲତା ବିଶି, ସବିତା ଠାକୁର, ରୁକ୍ମଣୀ ଠାକୁର, ଜୟନ୍ତୀ ମନହିରା, ବୁନ୍ଦାବତୀ ବାଗ, ଗୌରୀ ମାଝୀ ଓ ଭାନୁ ବଗର୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ମାଜିଷ୍ଟ୍ରେଟ ଭାବରେ ସଇଁତଲା ତହସିଲଦାର ସୁରେନ୍ଦ୍ର ମେହେରଙ୍କ ସମେତ ଗୋଟିଏ ସେକ୍‌ସନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

Leave A Reply

Your email address will not be published.

seven − 2 =