jsm

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର, ଯୁବ ଓ ଅଭିଭାବକଙ୍କ ବିକ୍ଷୋଭ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ଗୁଡିକରେ ପ୍ରାୟ ୧୬୭୮ଟି ତଥ୍ୟଗତ, ଭାଷାଗତ, ମୁଦ୍ରଣଗତ, ସଂପାଦନାଗତ ଓ ଅନ୍ୟାନ୍ୟ ଗୁରୁତର ତ୍ରୁଟି ପ୍ରକାଶନ କରାଯାଇଛି । ଏହି ଘଟଣା କେବଳ ସାଧାରଣ ବିଭ୍ରାଟ ନୁହେଁ ବରଂ ରାଜ୍ୟର ଶିକ୍ଷା ବ୍ୟବସ୍ଥା ପ୍ରତି ବିଜେପି ସରକାରଙ୍କ ଚରମ ଅବହେଳା, ପ୍ରଶାସନିକ ବିଫଳତା ଓ ଦାୟିତ୍ୱହୀନତାର ଜ୍ୱଳନ୍ତ ପ୍ରମାଣ । ସେହିପରି ବାରମ୍ବାର ନିଟ ପ୍ରଶ୍ନପତ୍ର ଲିକ୍ ଘଟଣା ଓ ସେଥିଜନିତ ୨୨ ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ଦେଶର ଶିକ୍ଷା ବ୍ୟବସ୍ଥା ଯେ ବିପର୍ଯ୍ୟସ୍ତ ଓ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ବ୍ୟବସାୟୀକରଣ ପାଇଁ ସରକାରଙ୍କ ପ୍ରୋତ୍ସାହନ ପ୍ରଦାନ ଘଟଣାକୁ ପଦାରେ ପକାଇଛି । ଉଭୟ ଘଟଣା ପାଇଁ ଦାୟୀ ଓଡ଼ିଶା ରାଜ୍ୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଆଜି ଭାରତର ଛାତ୍ର ଫେଡେରେସନ (ଏସ୍‌ଏଫ୍‌ଆଇ), ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ (ଡିୱ।ଇଏଫ୍‌ଆଇ) ଓ ଅଭିଭାବକ ସଂଘ ପକ୍ଷରୁ ରାଉରକେଲା ଉଦିତନଗର ସ୍ଥିତ ବ୍ଳକ ଶିକ୍ଷା ଅଧିକାରୀ, ବିଶ୍ରାଙ୍କ ଅଫିସ ସମ୍ମୁଖରେ ଛାତ୍ର, ଯୁବ ଓ ଅଭିଭାବକ ମାନଙ୍କ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଡିୱାଇଏଫ୍‌ଆଇ ପୂର୍ବତନ ସଭାପତି ଆଇନଜୀବୀ ରାଜ କିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭରେ ଅଭିଭାବକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ସୁରେନ୍ଦ୍ର ଦାଶ, ଡିୱ।ଇଏଫ୍‌ଆଇ ଜିଲ୍ଲା ସଭାପତି ଶେଖର ଶର୍ମା, ପୂର୍ବତନ ସଂପାଦକ ଚନ୍ଦ୍ରଭାନୁ ଦାସ, ଏସ୍‌ଏଫ୍‌ଆଇ ନେତ୍ରୀ ମୁକ୍ତା ଦାଶ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଉଭୟ ଶିକ୍ଷାମନ୍ତ୍ରୀଙ୍କୁ ଇସ୍ତଫା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଥିଲେ । ଏହି ବିକ୍ଷୋଭ କାର୍ଯ୍ୟକ୍ରମକୁ ସମର୍ଥନ କରି ସିପିଆଇଏମ୍, ରାଜ୍ୟ କମିଟି ସଦସ୍ୟ ଜାହାଙ୍ଗୀର ଅଲ୍ଲୀ, ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ବିମାନ ମାଇତି, ଶ୍ରୀମନ୍ତ ବେହେରା, ଜିଲ୍ଲା କମିଟି ସଦସ୍ୟ ବି ପି ମହାପାତ୍ର, ବସନ୍ତ ନାୟକ, ଆଂଚଳିକ କମିଟି ନେତା ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ, ଏନ୍ ଏନ୍ ପାଣିଗ୍ରାହୀ, ଅରୁ ଦାସ, ବିନୟ ବେହୁରିଆ, ପ୍ରଭାତ ମହାନ୍ତି, ଦିବାକର, ଅଶୋକ ଦାସ, ବୁଧନୀ ମୁଣ୍ଡାରୀ, ଶାନ୍ତି ମିଞ୍ଜ, ସୁଧାଂଶୁ ଜେନା, ସମ୍ବିତ ସ୍ୱାଇଁ, ଅନାଦି ସାହୁ, ଲଲାଟେନ୍ଦୁ ନାୟକ, ପରେଶ ମହାନ୍ତି, ପ୍ରମୋଦ ପରିଡ଼ା, ରାଜୀବ ବସନ୍ତ ରାୟ ପ୍ରମୁଖ ନେତ୍ୱତୃ ନେଇଥିଲେ ।

yuvodaya
Leave A Reply

Your email address will not be published.