pakka

ନାବାଳକ ବାଇକ ଚାଳକ : ପ୍ରଶାସନ ନୀରବ ଦ୍ରଷ୍ଟା

bbehera

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ବହୁସଂଖ୍ୟାରେ ନାବାଳକମାନେ ବାଇକ ଧରି ବୁଲୁଥିବା ଦେଖିବାକୁ ମିଳୁଛି । ଅଭିଭାବକମାନେ ପିଲାମାନଙ୍କୁ ବାଇକ ଦେଇ ନିଶ୍ଚିନ୍ତରେ ରହୁଥିବା ବେଳେ ଅନେକ ସମୟରେ ନାବାଳକଙ୍କ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ପୁଲିସ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହେଉଛି । ବିନା ଡ୍ରାଇଭିଂ ଲାଇସେନ୍ସ ଓ ବିନା ହେଲମେଟରେ ନାବାଳକମାନେ ବାଇକ ଚଳାଉଥିଲେ ସୁଦ୍ଧା କେହି ଧ୍ୟାନ ଦେଉନାହାନ୍ତି । ପୁଲିସ ମଧ୍ୟ ଏକପ୍ରକାର ନୀରବ ରହୁଥିବାରୁ ସମସ୍ୟା ବଢିବାରେ ଲାଗିଛି ବୋଲି ମତ ପ୍ରକାଶ ପାଉଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

fifteen + 8 =