pakka

ବିହା ଉଛବ୍‌ କେ ଉଭାଗର୍‌ କରି ଚର୍ଚ୍ଚା ଥି କଥାକାର ଜଗନ୍ନାଥ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁନୁଷ୍‌ ଜୀବନ୍‌ ଥି ତିନ୍‌ଟା ଜିନିସ୍‌ ଖୋବ୍‌ ଗୁରୁତ୍ୱ ବହନ୍‌ କରିଥିସି । ଜନମ୍‌, ବିହା ଆର୍‌ ମରନ୍‌ । ବିହା ହେବାର୍‌ଟା ମୁନୁଷ୍‌ର୍‌ ଠିକ୍‌ ପ୍ରସ୍ଫୁଟନ୍‌ ସମିଆର୍‌ ବଢେଟେ ଉସ୍‌ନାକ୍‌ । ଇ’ ଉସ୍‌ନାକ୍‌ କେ ଯେ’ ଯେନ୍‌ତା ସୋର୍‌ ରଖିହେଲା ମେତାନ୍‌ ଆୟୋଜନ କରିଥିସନ୍‌ । ଆର୍‌ କବି, ଲେଖକ୍‌, କଲାକାର୍‌ ମାନେ ଇ’ ଉସ୍‌ନାକ୍‌ କେ ଖୋବ୍‌ ରୋନକ୍‌ଦାର୍‌ କର୍‌ବାର୍‌ ଲାଗି ଭିନେ ଭିନେ ଆୟୋଜନ୍‌ କରିଥିବାର୍‌ ଗୁର୍‌ଦୁ ଉଦାହରଣ ରହିଛେ । ଏଭେ ଏଭେ ବିହା ହେଇଥିବାର ଏନ୍‌ତା ଝନେ ସାହିତ୍ୟକାର୍‌ଙ୍କର୍‌ ବିଷୋ ଥି ଆଏଜ୍‌ ଆମର୍‌ ନିଘା ରହିଛେ । ଯୁବ କଥାକାର ଡକ୍ଟର୍‌ ଜଗନ୍ନାଥ ସାହୁ । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍‌ ତାଲ୍‌ଯୁରୀ ଗାଁ ଥି ଜନମ୍‌ ହେଇଥିବାର ଜଗନ୍ନାଥ ଏଛିନ୍‌ ମହୀମୁଣ୍ଡା ସରକାରୀ କଲେଜ ଥି ଅଧ୍ୟାପକ୍‌ ଭାବେ କାମ୍‌ କରୁଛନ୍‌ । ଗଲା ମେ’ ମାସେ ବିହା ହେଇଛନ୍‌ ଜଗନ୍ନାଥ୍‌ । ଗୁଟେ ହାତୁ ଦୁଇ ହାତ୍‌ ହେଇଛନ୍‌ । ଜୀବନ୍‌ ସାଥୀର୍‌ ହାତ୍‌ ଧରିଛନ୍‌ । ତାଙ୍କର ବିହା ଉଛବ୍‌ ସଭେ ସୋର୍‌ ରଖ୍‌ଲା ମେତାନ୍‌ ଉଭାଗର୍‌ କରି ଏଛିନ୍‌ ଚର୍ଚ୍ଚା କେ ଆସିଛନ୍‌ ଜଗନ୍ନାଥ । ତାକର୍‌ ବିହାଘର୍‌ କେ ଯେତ୍‌କି କୁନୁଆଁ ଆସିଥିଲେ ସମ୍‌କୁ ଖଁଡେ଼ ଖଁଡେ଼ ବହି ଉପହାର୍‌ ଦେଇ ମାଏନ୍‌ ବେଭାର୍‌ ଦେଇଛନ୍‌ । ଖାଲି ହେତ୍‌କି ନେଇଁସେ ତାକର୍‌ ବିହା ଭୁଜି ବି ଖୋବ୍‌ ନିଆରା ଥିଲା । ଖଲି ଦନା ଥି ପର୍‌ସା ହେଇଥିବାର୍‌ କୁଲ୍‌ତା ଲେଥା ସାଙ୍ଗେ ମନ୍‌ ମନ୍‌ସା ଖାଏଦ୍‌ ବିହାଘର୍‌ ଆସିଥିବାର୍‌ ସମ୍‌କୁ ଉସତ୍‌ କରି ଦେଇଥିଲା । ଜଗନ୍ନାଥ୍‌ଙ୍କର ଯୁଗଲ୍‌ ଜୀବନ୍‌ ଯାତ୍‌ରା ସାଙ୍ଗେ ସାହିତ୍ୟ ଯାତ୍‌ରା ଅମ୍‌ରୁତ୍‌ମଏ ହଉ, ‘କୋଶଳ ପ୍ରବାହ’ ପରିବାର୍‌ ମାଁ ସମ୍‌ଲେଇ, ମାଁ ପାଟ୍‌ନେଶରୀର୍‌ ଠାନେ ଅର୍‌ଦଲି କରୁଛେ ।

jay balangir
Leave A Reply

Your email address will not be published.

two − 2 =