ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ : ୧୧ରୁ ଆବେଦନ, ୨୫ ସୁଦ୍ଧା ଶେଷ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟ ଗୁଡିକରେ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ୟୁଜି ପାଠ୍ୟକ୍ରମରେ ନାମଲେଖା ଲାଗି ସରକାରଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଯୁକ୍ତ ୩ ଡିଗ୍ରୀ ପାଠ୍ୟକ୍ରମ ସମେତ ସମସ୍ତ ସେଲ୍ଫ ଫାଇନାନ୍ସିଂ(ଡିଗ୍ରୀ) ଓ ସଂସ୍କୃତ ଶାସ୍ତ୍ରୀ ପାଠ୍ୟକ୍ରମ ପାଇଁ ଷ୍ଟୁଡେଣ୍ଟ ଆକାଡେମିକ୍‌ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌(ସାମ୍ସ) ପୋର୍ଟାଲ ଜରିଆରେ ଇ-ନାମଲେଖା ହେବ । ସାମ୍ସ ଓଡ଼ିଶା ୱେବ୍‌ସାଇଟ୍‌ରେ ଏଥିପାଇଁ ଅନ୍‌ଲାଇନ୍‌ରେ କମନ୍‌ ଆପ୍ଲିକେସନ୍‌ ଫର୍ମ(ସିଏଏଫ୍‌) ଆସନ୍ତା ୧୧ ତାରିଖରୁ ଉପଲବ୍ଧ ହେବ । ୨୫ ଅଗଷ୍ଟ ଆବେଦନର ଶେଷ ତାରିଖ ରଖାଯାଇଛି । ତେବେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା(ମେରିଟ୍‌ ଲିଷ୍ଟ) ଅଗଷ୍ଟ ୩୧ରେ ପ୍ରକାଶ ପାଇବ ।

ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ଓ ଅନ୍‌ଲାଇନ୍ ଡାଟା ଅପ୍‌ଡେସନ୍‌ ଆସନ୍ତା ସେପ୍ଟେମ୍ବର ୨ରୁ ୫ ତାରିଖ ମଧ୍ୟରେ ସରିବ । ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ସେପ୍ଟେମ୍ବର ୧୧ରେ ପ୍ରକାଶ ପାଇ ପରଦିନ ଅର୍ଥାତ୍ ୧୨ରୁ ୧୪ ତାରିଖ ମଧ୍ୟରେ ନାମଲେଖା ହେବ । ବିଭିନ୍ନ ବିଷୟରେ କେତେ ସିଟ୍‌ ଖାଲି ପଡିଛି ସେ ସଂପର୍କରେ ସଂପୂର୍ଣ୍ଣ ଯାଞ୍ଚ ତଥ୍ୟ ସେପ୍ଟେମ୍ବର ୧୬ରୁ ୧୭ ତାରିଖରେ ସାମ୍ସ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ । ସ୍ପଟ୍‌ ନାମ ଲେଖାଇବାକୁ ଥିବା ଆବେଦନକାରୀ ସେପ୍ଟେମ୍ବର ୧୯ରେ ଏଥିପାଇଁ ଲଗ୍ଇନ୍‌ କରିବେ । ସେପ୍ଟେମ୍ବର ୨୬ରୁ ୨୮ ତାରିଖ ମଧ୍ୟରେ ଖାଲିଥିବା ଆସନ ପାଇଁ ସ୍ପଟ୍‌ ନାମଲେଖା ଓ ପ୍ରମାଣପତ୍ର ଯାଞ୍ଚ କରାଯିବ ବୋଲି ବିଜ୍ଞପ୍ତିରୁ ପ୍ରକାଶ ।

Leave A Reply

Your email address will not be published.

nineteen − six =

error: Content is protected !!