ବେଆଇନ ଗଞ୍ଜେଇ କାରବାର ଅଭିଯୋଗ : ୨ ଭାଇଙ୍କ ସମେତ ୩ ଗିରଫ

ଦେବଗଡ଼ : ବାରକୋଟ ଥାନା ପୁଲିସ ପକ୍ଷରୁ ଆଜି ଗୋଳାବନ୍ଧ କଟେଇସାହିରେ ଚଢଉ କରି ୬ କିଲୋ ୩୦ ଗ୍ରାମର ବେଆଇନ ଗଞ୍ଜେଇ ଜବତ କରିବା ସହ ଏ ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୁଲିସ ସୂୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗୋଳାବନ୍ଧ ଗ୍ରାମ କଟେଇସାହିର ଚନ୍ଦ୍ରକାନ୍ତ ନାଏକଙ୍କ ଘରେ ବେଆଇନ ଗଞ୍ଜେଇ ବିକ୍ରି ହେଉଥିବା କୌଣସି ସୂତ୍ରରୁ ସୂଚନା ପାଇ ଆଜି ସକାଳେ ବାରକୋଟ ଥାନା ପୁଲିସ ସେଠାରେ ସଦଳବଳେ ଚଢଉ କରିବା ସହ ଗଞ୍ଜେଇ ଭର୍ତ୍ତି ଏକ ଏୟାର ବ୍ୟାଗ ଜବତ କରିବା ସହ ଚନ୍ଦ୍ରକାନ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ଥାନାରେ ଜବତ ଗଞ୍ଜେଇକୁ ଓଜନ କରାଯିବାରୁ ଏହାର ପରିମାଣ ୬କିଲୋ ୩୦ ଗ୍ରାମ ଥିବା ଜଣାପଡିଥିଲା । ସେହିପରି ପଚରାଉଚରା ସମୟରେ ଏହି ଗଞ୍ଜେଇ ବିହାର ରାଜ୍ୟ ଗୋପାଳଗଞ୍ଜ ଅଞ୍ଚଳର ଗୋବିନ୍ଦ ଗୁପ୍ତା(୨୦) ଯୋଗାଇ ଦେଇଥିବା ଏବଂ ଚନ୍ଦ୍ରକାନ୍ତର ଭାଇ କିଶୋର ନାଏକ ବେଆଇନ ଗଞ୍ଜେଇ କାରବାରରେ ତାକୁ ସହଯୋଗ କରୁଥିବା ଚନ୍ଦ୍ରକାନ୍ତ ପୁଲିସ ସମ୍ମୁଖରେ ପ୍ରକାଶ କରିଥିଲା । ଫଳରେ ପୁଲିସ ଚନ୍ଦ୍ରକାନ୍ତ, ଚନ୍ଦ୍ରକାନ୍ତର ଭାଇ କିଶୋର ଓ ଗୋବିନ୍ଦ ଗୁପ୍ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave A Reply

Your email address will not be published.

15 + 10 =