କଠିନ ବର୍ଜ୍ୟବସ୍ତୁ ପରିଚାଳନରେ ବରଗଡ଼ ପୌର ପରିଷଦ ବିଫଳ

ବରଗଡ଼, (ସତ୍ୟନାରାୟଣ ପଧାନ) : ମଇଳା ଆବର୍ଜନାର ପାହାଡ଼ ତାହା ପୁଣି ୪୦ ଫୁଟ ଉଚ୍ଚ ! ଦେଖିଲେ ବିଶ୍ୱାସ ହେବନି, କିନ୍ତୁ ସତ । ବରଗଡ ପୋୖର ପରିଷଦ ଅଧୀନରେ ଥିବା ଡମ୍ପିଙ୍ଗୟାଡ଼ ଏବେ ସବୁ ସୀମା ଟପି ସମ୍ପୂର୍ଣ୍ଣ ଆବର୍ଜନାମୟ ହୋଇ ସାରିଛି । ରବିବାର ଏହି କୁତ୍ରିମ ଆବର୍ଜନା ପାହାଡରେ ନିଆଁ ଲାଗିଥିବାରୁ ବରଗଡ଼ ୱାର୍ଡ ନଂ.୧୫ ପୁରୁଷୋତ୍ତମ ନଗର, ମୁଣ୍ଡାପଡା, ପଣ୍ଡିରିପଥର ସମେତ ମିଶନ ହସ୍ପିଟାଲ ଅଂଚଳରେ ପ୍ରଦୂଷଣ ଅନିୟନ୍ତ୍ରଣ ହୋଇପଡିଛି ।

ସୂଚନାଯୋଗ୍ୟ ଯେ, ବିର୍ସ।ମୁଣ୍ଡା ସଂଘର୍ଷ ବାହିନୀ ପକ୍ଷରୁ ୨୦୧୭ ମସିହାରୁ ଡମ୍‌ପିଂୟାଡ଼ ସ୍ଥାନାନ୍ତରନ ପାଇଁ ଆନ୍ଦୋଳନ ହୋଇଥିଲା । ତତ୍କାଳୀନ ଉପଜିଲ୍ଲାପାଳ ୬ ମାସ ମଧ୍ୟରେ ସ୍ଥାନାନ୍ତରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତିନି ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ମରିୟମ ବାର୍ଲା କହନ୍ତି । ଏହାକୁ ନେଇ ହାଇକୋର୍ଟରେ ଏକ ଜନ ସ୍ୱାର୍ଥ ମାମଲା ଦାୟର ହୋଇଥିଲା ଏବଂ ୧୪.୦୧.୧୯ ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଜିଲ୍ଳା ପ୍ରଶାସନ ଓ ପୋୖର ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ ସ୍ଥାନାନ୍ତରଣ କରିବାକୁ ।

ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପୌର ସଂସ୍ଥା ପକ୍ଷରୁ ୫ଟି କ୍ଲସ୍ଟର ତିଆରି ହୋଇଥିବା ବେଳେ ଗୋଟିକୁ ୭୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଖର୍ଚ୍ଚ କରାଯାଇଛି । କିନ୍ତୁ ଏହା ଦ୍ୱାରା ବରଗଡବାସୀଙ୍କ କଣ ଲାଭ ହେଉଛି ବୋଲି ଭାବନୀ ସାହୁ, ଆମ ଆଦମୀ ପାର୍ଟିର ଜିଲ୍ଳା ଆବାହକ ପ୍ରଶ୍ନ କରିଛନ୍ତି । ଏହି ଅଂଚଳରେ ଭୂତଳ ଜଳ, ଵାୟୁ ପ୍ରଦୂଷଣ ବଢୁଥିବାରୁ କିଡନୀ, କେନ୍ସର ରୋଗ ବ୍ୟାପୁ ଥିବା ଅଭିଯୋଗ କରନ୍ତି ସ୍ଥାନୀୟ ଲୋକେ ।

Leave A Reply

Your email address will not be published.