ଝିଟିକି ଡାକ୍ତରଖାନାରେ ଡାକ୍ତର ରହୁ ନଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଝିଟିକି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିୟମିତ ରହୁ ନଥିବା ଅଭିଯୋଗ ହୋଇଛି । ଝିଟିକି ଏକ ଉପାନ୍ତ ଓ ଆଦିବାସୀ ଗ୍ରାମ ବହୁଳ ଜନ ବସତି ଅଟେ । ଏହି ଡାକ୍ତରଖାନାରେ ଆଖପାଖ ଅଞ୍ଚଳରେ ଲୋକେ ଚିକିତ୍ସା ଉପରେ ନିର୍ଭର କରନ୍ତି । ଏହି ଡାକ୍ତରଖାନାରେ ଜଣେ ଏମବିବିଏସ, ଜଣେ ଆୟୁଷ ଡାକ୍ତର, ଜଣେ ଫାର୍ମାସିଷ୍ଟ, ତିନି ଜଣ ଏଏନଏମ ଏବଂ ଜଣେ ଏଟେଣ୍ତଡେଣ୍ଟ ନିଯୁକ୍ତି ହୋଇ ଅଛନ୍ତି । ହେଲେ ଡାକ୍ତର କିମ୍ବା ଏଏନଏମ ନିୟମିତ ରହୁ ନାହାନ୍ତି । ନାହିଁ ନାହିଁରେ ଡାକ୍ତରଖାନା ଚାଲିଛି । ଗୋଟାଏ ଘଣ୍ଟା ଡ୍ୟୁଟି କରି ଡାକ୍ତର ଚାଲି ଯାଆନ୍ତି । ବାକି ସମୟରେ ଲୋକେ ବାହାରେ ନିର୍ଭର କରନ୍ତି । ଏଣୁ ଗ୍ରାମବାସୀ ମାନେ ଅତିଷ୍ଟ ହୋଇ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.